କଟକ:ଦୁର୍ଗା ପୂଜା ଭସାଣି ପୂର୍ବରୁ ଐତିହାସିକ ଦେବୀଗଡାରେ ହେବ ଉନ୍ନତି କରଣ । ମୂର୍ତ୍ତୀ ବିସର୍ଜନ ତିଆରି କରାଯିବ ୬ଟି ଅସ୍ଥାୟୀ ପୋଖରୀ । ଏହାକୁ ନେଇ ଆଜି ସିସିଏମସି ଏବଂ ବିଭିନ୍ନ ପୂଜା କମିିଟିର ସଦସ୍ୟଙ୍କୁ ନେଇ ଦେବୀ ଗଡାର ସ୍ଥିତି ଅନୁଧ୍ୟାନ କରାଯାଇଛି । ସହରର 170ରୁ ଅଧିକ ମା' ଦୁର୍ଗାଙ୍କ ମୂର୍ତ୍ତୀ ବିସର୍ଜନ କରାଯିବ । ମା'ଙ୍କ ବିସର୍ଜନ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହେବ ଥିବାବେଳେ, ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।
କଟକଟ ସହରରେ ଆସନ୍ତା 25 ତାରିଖ ଅର୍ଥାତ ଏକାଦଶୀ ଦିନ ଭସାଣି ଉତ୍ସବ ପାଳନ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି କଟକ ମହାନଗର ନିଗମ । ରାସ୍ତା ଘାଟଠାରୁ ଆରମ୍ଭ କରି ପରିମଳ, ଆଲୋକୀକରଣ, ପାନୀୟ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୟ ଦିଆଯାଇଛି । ଦର୍ଶକଙ୍କ ସୁବିଧା ପାଇଁ ଦେବୀ ଗଡା ଠାରେ ସ୍ଥାୟୀ ସେଡଠାରୁ ଆରମ୍ଭ କରି ଶୌଚାଳୟର ସୁବିଧା କରିବ ସିଏମସି । ଦେବୀ ଗଡାର ରାସ୍ତାକୁ ପ୍ରଶସ୍ତ କରିବା ସହ ମୂର୍ତ୍ତି ବିସର୍ଜନ ପାଇଁ 6ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯିବ ।
ଏହା ମଧ୍ୟ ପଢନ୍ତୁ .....ଖୁବଶୀଘ୍ର ନିର୍ମାଣ ହେବ ଅତ୍ୟାଧୁନିକ ଲାଇବ୍ରେରୀ, ଜାଗା ଚିହ୍ନଟ ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ