କଟକ: ନୂଆବର୍ଷ ପାଳନ ପାଇଁ ପ୍ରସ୍ତୁତ ହେଲେଣି କଟକର ବିଭିନ୍ନ କ୍ଲବ । ଓସିଏ କ୍ଲବରେ ନଜର ଆସିବେ ଋଷିଆନ ବେଲି ଡ୍ୟାନ୍ସର । ୨ ବର୍ଷ କୋଭିଡ ଅନ୍ତରାଳ ପରେ ଆସନ୍ତା ନୂଆବର୍ଷକୁ ବେଶ ଧୁମଧାମରେ ପାଳନ କରିବା ପାଇଁ କଟକ ସହର ଏକପ୍ରକାର ସଜେଇ ହେଲାଣି । ସେପଟେ ସୁରକ୍ଷିତ ଭାବେ ନୂଆବର୍ଷ ପାଳନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ ।
କଟକର ବଡ଼ବଡ଼ କ୍ଲବ ଯେପରି କଟକ କ୍ଲବ, ୟୁନିୟନ କ୍ଲବ, ଓସିଏ କ୍ଲବ ଆଦିରେ ନୂଆବର୍ଷ ପାଳନ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଓସିଏ କ୍ଲବରେ ନୂଆବର୍ଷ ପାଳନରେ ନଜର ଆସିବେ ବଲିଉଡ଼ ସିଙ୍ଗର ଏବଂ ଓଡ଼ିଶାର ସୁନାମଧନ୍ୟ କଳାକାର ହରିହର ଓ ଗାୟକ ଋତୁରାଜ ମହାନ୍ତି । ଏହା ସହିତ ଋଷିଆନ ବେଲି ଡ୍ୟାନ୍ସର ମଧ୍ୟ ଏହି କ୍ଲବରେ ସାମିଲ ହେବେ ବୋଲି କ୍ଲବ ତରଫରୁ ସୂଚନା ମିଳିଛି । ଯାହାକୁ ଦର୍ଶକ ବେଶ ଉପଭୋଗ କରିବେ ବୋଲି ଆଶା ରଖିଛନ୍ତି କ୍ଲବ କର୍ତ୍ତୃପକ୍ଷ ।