କଟକ: କଟକରେ କରୋନା ଟୀକାକରଣ ପାଇଁ ପ୍ରଶାସନ ପ୍ରସ୍ତୁତ । ଜିଲ୍ଲାର 11 ଟି କେନ୍ଦ୍ରରେ ଦିଆଯିବ ଟୀକା । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିବେ । ଏହାପରେ ଆରମ୍ଭ ହେବ ଟୀକାକରଣ ।
ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତ କରାଯାଇଛି । ସକାଳ 9 ଟା ରୁ ସନ୍ଧ୍ୟା 5 ଟା ଯାଏଁ ଦିଆଯିବ ଟିକା । ପ୍ରତିଟି କେନ୍ଦ୍ରରେ 100 ଜଣଙ୍କୁ ଟୀକା ଦିଆଯିବାର ବ୍ୟବସ୍ଥା କରାଯାଇଛି । କଟକ ସହରାଞ୍ଚଳରେ 5 ଟି ଓ ଗ୍ରାମାଞ୍ଚଳରେ 6 ଟି କେନ୍ଦ୍ର କରାଯାଇଛି । ପ୍ରତିଟି କେନ୍ଦ୍ରରେ 5 ଜଣ ଟିକା ଦେବାପାଇଁ ସ୍ୱାସ୍ଥ୍ୟକର୍ମୀ ରହିବେ । ସମସ୍ତଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା ।