ଓଡିଶା

odisha

ETV Bharat / state

କୋରୋନାକୁ ଡରି ସୋନୋଗ୍ରାଫି କେନ୍ଦ୍ରରେ ତାଲା, ଚିନ୍ତାରେ ଗର୍ଭବତୀ ମହିଳା - ଲକଡାଉନରେ ସୋନୋଗ୍ରାଫି ସମସ୍ୟା

ସମସ୍ତ କ୍ଷେତ୍ରରେ ଲକ ଡାଉନ ପ୍ରଭାବିତ କରିଥିଲା ବେଳେ ଏଥିରୁ ବାଦ ପଡିନାହଁନ୍ତି ଗର୍ଭବତୀ ମହିଳା । ନିଜର ଗର୍ଭ ରେଥିବା ଶିଶୁଟିର ଗତିବିଧି ଜାଣିବା ଆବଶ୍ୟକ ଥିଲା ବେଳେ ଏବେ ଏହା ସମ୍ଭବପର ହୋଇପାରୁ ନାହିଁ । କରୋନାକୁ ଡରି ସୋନୋଗ୍ରାଫି କେନ୍ଦ୍ର ରେ ତାଲା ପଡିଥିଲା ବେଳେ ପ୍ରଭାଵିତ ହେଉଛନ୍ତି ଅନେକ ମହିଳା । ଅଧିକ ଖବର ପଢନ୍ତୁ...

କରୋନାକୁ ଡରି ସୋନୋଗ୍ରାଫି କେନ୍ଦ୍ରରେ ତାଲା, ଚିନ୍ତାରେ ଗର୍ଭବତୀ ମହିଳା
କରୋନାକୁ ଡରି ସୋନୋଗ୍ରାଫି କେନ୍ଦ୍ରରେ ତାଲା, ଚିନ୍ତାରେ ଗର୍ଭବତୀ ମହିଳା

By

Published : May 17, 2020, 6:05 PM IST

Updated : May 18, 2020, 1:56 PM IST

କଟକ: ଲକଡାଉନରେ ଲକ ହୋଇଯାଇଛି ସୋନୋଗ୍ରାଫି କେନ୍ଦ୍ର । ପ୍ରଭଵିତ ହୋଇଛନ୍ତି ଗର୍ଭବତୀ ମହିଳା । ଗର୍ଭ ଯନ୍ତ୍ରଣାର ପରୀକ୍ଷା ପାଇଁ ଡାକ୍ତର ପରାମର୍ଶ ଦେଉଥିଲା ବେଳେ ରୋଗୀ ବୁଲି ବୁଲି ନୟାନ୍ତ । କିନ୍ତୁ ରିପୋର୍ଟ ପାଇବାରେ ବିଫଳ ଗର୍ଭବତୀ ମହିଳା । ଇଏ ହେଉଛନ୍ତି ମମତା ପ୍ରଧାନ । ଆଠ ମାସର ଗର୍ଭବତୀ ଅଛନ୍ତି ସେ । ପେଟ ରେ ଟିକେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତର ପରାମର୍ଶ କ୍ରମେ ନିଜର ଗର୍ଭ ପରୀକ୍ଷା କରିବା ପାଇଁ ଅନେକ ସୋନୋଗ୍ରାଫି କେନ୍ଦ୍ରକୁ ଯାଇଥିଲେ । କିନ୍ତୁ ସବୁଠାରେ ତାକୁ ନିରାଶ ହେବାକୁ ପଡ଼ିଥିଲା । ରିପୋର୍ଟ ନଦେଖି ଡାକ୍ତର କୋୖଣସି କଥା କହିବାକୁ ମନା କରିଥିଲା ବେଳେ ତାଙ୍କୁ ବେଶ ଚିନ୍ତା ରେ ପକାଇଛି । କେବଳ ମମତା ନୁହଁନ୍ତି ଏପରି ଅନେକ ଗର୍ଭବତୀ ମହିଳା ଏପରି ସମସ୍ୟାର ସମୁଖୀନ ହେଉଛନ୍ତି ।

କୋରୋନାକୁ ଡରି ସୋନୋଗ୍ରାଫି କେନ୍ଦ୍ରରେ ତାଲା, ଚିନ୍ତାରେ ଗର୍ଭବତୀ ମହିଳା

ଅନ୍ୟପଟେ ସୋନୋଗ୍ରାଫି ସେଣ୍ଟରକୁ ବନ୍ଦ ରଖିବାକୁ ନାପସନ୍ଦ କରିଛନ୍ତି ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ । କୋଭିଡ 19 କୁ ଭୟ କରି ସୋନୋଗ୍ରାଫି କେନ୍ଦ୍ରକୁ ବନ୍ଦ କରୁଛନ୍ତି ମାଲିକ । ଏହାଦ୍ୱାରା ଅନେକ ରୋଗୀ ଅସୁବିଧାର ସମୁଖୀନ ହେଉଛନ୍ତି । ଏମିତିକି ଏହି ସମୟରେ ଅନେକ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ମଧ୍ୟ କହିଛନ୍ତି ଡାକ୍ତର ।

ପ୍ରତିଷେଧକ ବ୍ୟବସ୍ଥା କରି ଗର୍ଭବତୀ ମହିଳା ମାନଙ୍କର ସୋନୋଗ୍ରାଫି କରିବାକୁ ପରାମର୍ଶ ଦେଇଛନ୍ତୁ ପ୍ରସୂତି ବିଭାଗ ବିଶେଷଜ୍ଞ । କାରଣ ଏହି ସମୟରେ ଜଣେ ମହିଳା ଗର୍ଭବତୀ ହେବା ପରଠୁ ସୋନୋଗ୍ରାଫିର ଆବଶ୍ୟକତା ରହିଛି । ବିଶେଷକରି 3 ମାସ ରୁ ଉର୍ଦ୍ଧ୍ବ ଅନ୍ତସତ୍ବା ମାନଙ୍କ ପାଇଁ ସୋନୋଗ୍ରାଫି ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ଗର୍ଭାଶୟରେ ଥିବା ଶିଶୁର ଗତିବିଧି ଜାଣିବା ଡାକ୍ତରଙ୍କ ପାଇଁ ମଧ୍ୟ ସହାୟକ ହୋଇଥାଏ ।


କଟକ ରେ ରହିଛି 15 ରୁ 20 ଟି ସୋନୋଗ୍ରାଫି ସେଣ୍ଟର । ଡାକ୍ତରଙ୍କ ପରାମର୍ଶ କ୍ରମେ ଗର୍ଭସ୍ତ ଶିଶୁ ଟିର ପରୀକ୍ଷା କରିବାକୁ ଯାଇ ନିରାଶ ହୋଇ ଫେରୁଛନ୍ତି ଅନେକ ଗର୍ଭବତୀ ମହିଳା । ଏମିତିକି ଯେଉଁ ସରକାରୀ ମେଡିକାଲ ରେ ସୋନୋଗ୍ରାଫି ର ସୁବିଧା ରହିଛି ସେଠାରେ ଅନେକ କଟକଣା ଯୋଗୁ ସୋନୋଗ୍ରାଫି ପରୀକ୍ଷା ସମ୍ଭବପର ହେଇପାରୁ ନାହିଁ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : May 18, 2020, 1:56 PM IST

ABOUT THE AUTHOR

...view details