ଓଡିଶା

odisha

ETV Bharat / state

ମାଧବାନନ୍ଦଜୀଉଙ୍କ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ଗଲା ପୋଢୁଆଁ ଭାର

ପୋଢୁଆଁ ହେବେ ଶ୍ରୀଜିଉ । ମାଧବାନନ୍ଦଜୀଉଙ୍କ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ଗଲା ପୋଢୁଆଁ ଭାର । ଅଧିକ ପଢନ୍ତୁ

Prathamastami bhara
Prathamastami bhara

By ETV Bharat Odisha Team

Published : Dec 4, 2023, 4:29 PM IST

Updated : Dec 4, 2023, 4:53 PM IST

ମାଧବାନନ୍ଦଜୀଉଙ୍କ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ଗଲା ପୋଢୁଆଁ ଭାର

ନିଆଳି:ମାଧବାନନ୍ଦଜୀଉଙ୍କ ପୀଠରୁ ଶ୍ରୀଜିଉଙ୍କ ପାଇଁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କଲା ପୋଢୁଆଁ ଭାର । ବିଶ୍ବନିୟନ୍ତା ପ୍ରଭୁ ଶ୍ରୀଜୀଉଙ୍କ ମାମୁଁ ଘର କଟକ ଜିଲ୍ଲା ନିଆଳି ବ୍ଳକର ମାଧବସ୍ଥିତ ମାଧବାନନ୍ଦଜୀଉଙ୍କ ପୀଠ । ଏହି ଅବସରରେ ଏହି ମାଧବାନନ୍ଦ ଜିୟୁଙ୍କ ପୀଠରୁ ପୁରି ଶ୍ରୀମନ୍ଦିରକୁ ପୋଢୁଆଁ ଭାର ପଠାଯାଇଛି । ମଝିରେ କୌଣସି କାରଣ ନେଇ କିଛି ବର୍ଷ ଏହି ପରମ୍ପରା ବନ୍ଦ ରହିଥିବା ବେଳେ ପୁଣି ମାଧବାନନ୍ଦ ଜିୟୁ ବିକାଶ ପରିଷଦ ପକ୍ଷରୁ ଏହି ପରମ୍ପରାକୁ ପୁନରୁଦ୍ଧାର କରାଯାଇଛି ।

ପାଞ୍ଚ ବର୍ଷ ଧରି ଏହା କରାଯାଉଥିବା ବେଳେ ଦିନକୁ ଦିନ ଏହି କାର୍ଯ୍ୟକ୍ରମର ଆଦର ଓ ପ୍ରସାର ପଚାର ବୃଦ୍ଧି ପାଇଛି । ଏଥିରେ ବିଭିନ୍ନ ସଙ୍କୀର୍ତ୍ତନ ମଣ୍ତଳୀ ସଂଙ୍କୀର୍ତ୍ତନ ପରିବେଷଣ କରିଥାନ୍ତି । ଫଳରେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥାଏ। ସେହିପରି ଚତୁର୍ଦ୍ଧାମୂର୍ତ୍ତିଙ୍କ ଉଦ୍ଦେଶ୍ୟରେ ପାଟ ବସ୍ତ୍ର, ପିଠା ପାଇଁ ବିରି, ନଡିଆ, ଗୁଡ, ଛେନା, କଦଳୀ, ସହିତ ବିଭିନ୍ନ ପ୍ରକାରର ଫଳ ମୂଳ, ତୁଳସୀ, ଫୁଲ, ଚନ୍ଦନ, ଅଗୁର ଆଦି ଭାରରେ ଯାଇଥାଏ । ଅଷ୍ଟମୀ ପୂର୍ବ ଦିନଠାରୁ ଏହି ଭାର ଅଞ୍ଚଳବାସୀଙ୍କ ସହଯୋଗରେ ପଠାଯାଇଥାଏ ।

ଏହା ବି ପଢନ୍ତୁ- ପୋଢୁଆଁ ହେବେ ବଡଠାକୁର, ଶ୍ରୀମାଧବାନନ୍ଦଙ୍କ ପୀଠରୁ ଆସିବ ଭାର

ଉତ୍କଳୀୟ ପରମ୍ପରାରେ ବାର ମାସରେ ତେର ପର୍ବ । ସେଥିମଧ୍ୟରୁ ମାର୍ଗଶୀର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୁଏ ପ୍ରଥମାଷ୍ଟମୀ । ଏହି ଦିନ ଘରର ଜ୍ୟେଷ୍ଠ ପୁଅ ଓ ଝିଅମାନେ ନବ ବସ୍ତ୍ର ପରିଧାନ କରୁଥିବା ବେଳେ ପିଠାପଣା, ଭୋଗରାଗରେ ଘରେ ଘରେ କରାଯାଇଥାଏ। ଏହି ଜ୍ୟେଷ୍ଠ ପିଲା ମାନଙ୍କ ପାଇଁ ନବ ବସ୍ତ୍ର ସାଧାରଣତଃ ମାମୁଁ ଘରୁ ଆସିଥାଏ। ସେହିପରି ଦେବାଦେବୀଙ୍କ କ୍ଷେତ୍ରରେ ଏହା ପ୍ରଚଳିତ ହୋଇଥାଏ । ଏଥିଲାଗି ଶ୍ରୀଜିଉଙ୍କ ଲାଗି ମାଧବାନନ୍ଦ ଜିୟୁଙ୍କ ପୀଠରୁ ପୋଢୁଆଁ ଭାର ପଠାଯାଏ ।

ଆସନ୍ତା ମାର୍ଗଶିର ଅଷ୍ଟମୀ ତିଥିରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ନିଆଳିର ପ୍ରଭୁ ମାଧବାନନ୍ଦଜୀଉ ହେଉଛନ୍ତି ମହାପ୍ରଭୁଙ୍କ ମାମୁଁ ଘର । ପୂର୍ବରୁ ପ୍ରଭୁ ମାଧବାନନ୍ଦଙ୍କ ମନ୍ଦିରରେ ଅନେକ ଭୂସମ୍ପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଦିଆଯାଇଥିଲା । ସେହି ଜମି ଉତ୍ପାଦିତ ସାମଗ୍ରୀ ଅଣାଯାଇ ଶ୍ରୀମନ୍ଦିରରେ ପଢ଼ୁଆଁ ଭାର ରୂପେ ଦିଆଯାଉଥିଲା । ତେବେ ପରବର୍ତ୍ତୀ ସମୟରେ ଏହା କୌଣସି କାରଣରୁ ପାଳନ ହୋଇ ପାରିନଥିଲା । ପରେ ନିଆଳି ବାସିନ୍ଦା ଏକତ୍ର ନିଷ୍ପତ୍ତି ନେଇ ଗତ ୩ରୁ ୪ବର୍ଷ ହେବ ମହାପ୍ରଭୁଙ୍କ ପାଇଁ ପଢୁଆଁ ଭାର ଆଣି ଶ୍ରୀମନ୍ଦିରରେ ଦେଉଛନ୍ତି ।

ଇଟିଭି ଭାରତ, ନିଆଳି

Last Updated : Dec 4, 2023, 4:53 PM IST

ABOUT THE AUTHOR

...view details