ଓଡିଶା

odisha

ETV Bharat / state

ମରଣଯନ୍ତା ପାଲଟିଛି ପ୍ରତାପନଗରୀ-କୋରକାରା ରାସ୍ତା, ନିର୍ମାଣର ବର୍ଷେ ମଧ୍ୟରେ ଖାମଖଲାରେ ଭର୍ତ୍ତି - ଗ୍ରାମ୍ୟ ଉନ୍ନୟନ ବିଭାଗ

ପ୍ରତାପନଗରୀରୁ କୋରକାରା ରାସ୍ତାରେ ବଡ ବଡ ଢେମାରେ ଭର୍ତ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ରାସ୍ତାର ଦୟନୀୟ ଅବସ୍ଥାରେ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ଲୋକ । ଅଧିକ ପଢନ୍ତୁ

ମରଣଯନ୍ତା ପାଲଟିଛି ପ୍ରତାପନଗରୀ-କୋରକାରା ରାସ୍ତା , ନିର୍ମାଣର ବର୍ଷେ ମଧ୍ୟରେ ଖାମଖଲାରେ ଭର୍ତ୍ତି
ମରଣଯନ୍ତା ପାଲଟିଛି ପ୍ରତାପନଗରୀ-କୋରକାରା ରାସ୍ତା , ନିର୍ମାଣର ବର୍ଷେ ମଧ୍ୟରେ ଖାମଖଲାରେ ଭର୍ତ୍ତି

By

Published : Oct 23, 2022, 4:12 PM IST

କଟକ:ରାସ୍ତା ଦୁଇପାଖ ଖାଲ । ବଡ ବଡ ଢେମାରେ ଭର୍ତ୍ତି ହୋଇଛି ରାସ୍ତା । ଅସରାଏ ବର୍ଷା ହେଲେ ଖାଲରେ ପାଣି ଭର୍ତ୍ତି ହୋଉଛି। ଗାଡି ତ ଦୂରରେ ଥାଉ ରାସ୍ତାରେ ଚାଲି ଚାଲି ଯିବା ଅସମ୍ଭବ । ବାଲିଘାଟ ପାଇଁ ରାସ୍ତାରେ ପ୍ରତିଧିନ ବଡ ବଡ ଟ୍ରକ ଲାଗୁଛି । ଫଳରେ ସାଧାରଣ ଲୋକଙ୍କ ପାଇଁ ରାସ୍ତା ଦେଇ ଯାତାୟତ କରିବା ବିପଦଜନକ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରତାପ ନଗରୀଠୁ କୋରକରା ଯାଏ ଥିବା ରାସ୍ତାର ଏପରି ଶୋଚନୀୟ ଅବସ୍ଥା ଦେଖିବାକୁ ମିଳିଛି ।

ବାଲିଘାଟ ପାଇଁ ରାସ୍ତା ଅବସ୍ଥା ଶୋଚନୀୟ

ଖଲର୍ଦ୍ଦା ଠାରୁ ଝାରପଡ଼ା କାକଟପୁର ବ୍ରାଞ୍ଚ କେନାଲ ଗ୍ରାମ୍ୟ ଉନ୍ନୟନ ରାସ୍ତା ଏକ ବର୍ଷ ମଧ୍ୟରେ ଖାଲଖମାରେ ପୂର୍ଣ୍ଣ ହୋଇଛି । ରାଜ୍ୟ ସରକାର ୨୦୨୦ ମସିହା ନଭେମ୍ବର ମାସରେ ରାସ୍ତା କାର୍ଯ୍ୟ ଆରମ୍ଭ କରିଥିଲେ । ଏ ନେଇ ୧୨୨.୦୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୨୦୨୧ ମସିହା ମେ ମାସରେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ‌କୋଟି କୋଟି ଟଙ୍କା ଖର୍ଚ୍ଚ ସର୍ତ୍ତ୍ବେ ରାସ୍ତା ପରମାୟୁ ଦୁଇ ବର୍ଷ ପୁରିଲା ନାହିଁ।‌ କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଲାଗିଥିବା ସୂଚନା ଫଳକରୁ ଏହା ସ୍ପଷ୍ଟ ଜଣାପଡିଛି ।

ଏହି ରାସ୍ତା ଜାତୀୟ ରାଜପଥ ପ୍ରତାପ ନଗରୀ ଠାରୁ କୋରକରା, ଝାରପଡ଼ା ରାସ୍ତା ଦୈର୍ଘ୍ୟ ରହିଛି ୩୬ କିମି । କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାଟି କାକଟପୁର ବ୍ରାଞ୍ଚ କେନାଲ ଦେଇଯାଇଛି । ରାସ୍ତା ଦେଇ ନିଆଳି, କଣ୍ଟାପଡ଼ା, ବାରଙ୍ଗ, କଟକ ସଦର, ଜଗତସିଂହପୁର, ଫୁଲନଖରା ଅଞ୍ଚଳର ଜନସାଧାରଣ ସମେତ ଚାରୋଟି ଜିଲ୍ଲାର ଲୋକମାନେ ଯାତାୟତ କରନ୍ତି । ଲୋକଙ୍କ ସୁବିଧା ପାଇଁ ୨୦୨୧ ମସିହାରେ କୋଟି କୋଟି ବିନିମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାଟିକୁ ନିର୍ମାଣ କରିଥଲା । ପ୍ରକୃତ ପକ୍ଷେ ଏହି ରାସ୍ତାରେ ଆବଶ୍ୟକ ଠାରୁ ଅଧିକ ପରିମାଣର ବାଲି ବୋଝେଇ ହାଇଓ୍ବା ଯିବା ଆସିବା କରିବା ଫଳରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି ।

ଏହା ବି ପଢନ୍ତୁ...Cyclone Sitrang: 12 ଘଣ୍ଟା ମଧ୍ୟରେ ବାତ୍ୟା ! ଉତ୍ତର-ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ

ରାସ୍ତାକୁ ଲାଗି କରି ରହିଛି ଶେଡୁଆ ନଦୀ ଏବଂ ଶେଡୁଆ ନଦୀ ଗର୍ଭରୁ ସ୍ଥାନୀୟ ପ୍ରଶାସନ ବାଲିଘାଟ ନିଲାମି ଦେଇଛନ୍ତି । ଫଳରେ ଦିନ ରାତି ହାଇଓ୍ବାରେ ଆବଶ୍ୟକ ଠାରୁ ଅଧିକ ବାଲି ବୋଝେଇ କରି ଭାରିଯାନ ଯିବା ଦ୍ବାରା ଖଲର୍ଦ୍ଦା ଠାରୁ ଝାରପଡ଼ାର ରାସ୍ତାର ଏପରି ଅବସ୍ଥା ହୋଇଛି । ସାଧାରଣ ଲୋକଙ୍କଠୁ ନେଇ ରୋଗୀଙ୍କ ସେବା ବାଧାପ୍ରାପ୍ତ ହେଉଛି । ସ୍କୁଲ କଲେଜ ଯିବାକୁ ପିଲାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବର୍ଷା ଦିନରେ ଏହି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା କାରଣରୁ ବାଲିଘାଟ ଏବଂ ଭାରିଯାନ ଚଳାଚଳ ବନ୍ଦ ଦାବିରେ ଗୋବିନ୍ଦପୁର ଅଞ୍ଚଳର ଲୋକେ ଧାରଣ ଦେଇଥିଲେ ।

ମାତ୍ର କୌଣସି ସୁଫଳ ମିଳିପାରିନାହିଁ । ଯାହା ଫଳରେ ପାଞ୍ଚ ବର୍ଷର ରାସ୍ତା ଦୁଇବର୍ଷ ପୂର୍ବରୁ ଶୋଚନୀୟ ହୋଇପଡିଛି । ଯାହା ଫଳରେ ସରକାରଙ୍କ ମହତ ଉଦ୍ଦେଶ୍ୟ ସାଧିତ ହେଲା ତ ନାହିଁ ବରଂ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ିଛି । ଏ ନେଇ ସାଧାରଣ ଜନତା, ସାମାଜିକ ସଙ୍ଗଠନ ବହୁ ବାର ଅଭିଯୋଗ ସ୍ବର୍ତ୍ତେ ଜିଲ୍ଲା ପ୍ରଶାସନ ଆଖି ବୁଜି ଦେବା ଘଟଣା ନେଇ ଖଲର୍ଦ୍ଦା, କୋରକରା, ଗୋବିନ୍ଦପୁର ଓ ଝାରପଡ଼ା ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ପ୍ରତାପ ନଗରୀ ଠାରୁ ଝାରପଡ଼ା କାକଟପୁର ବ୍ରାଞ୍ଚ କେନାଲ କେବଳ ଭାରି ଯାନ ଓ ବାଲି ଚାଲାଣ ହେଉଥିବା କାରଣରୁ ରାସ୍ତାର ଏପରି ଅବସ୍ଥା ପାଇଁ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details