କଟକ:ସଦର ଏବଂ ନିଆଳି ନିର୍ବାଚନ ମଣ୍ଡଳୀର ବାସିନ୍ଦା ରାଜପଥ ପ୍ରତାପନଗରୀ ଠାରୁ ବ୍ରାହ୍ମଣସାଇଲୋ ପର୍ଯ୍ୟନ୍ତ ନାଳବନ୍ଧ ରାସ୍ତାରେ ଉପୁଜିଥିବା ସମସ୍ୟାକୁ ନେଇ ତେଜିଲା ଆନ୍ଦୋଳନ । ଏନେଇ ମଙ୍ଗଳବାର 'ଜାତୀୟ ସାମାଜିକ ସେବା ସଂଗଠନ' ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି ।
ଉକ୍ତ ଦାବିରେ ସଙ୍ଗଠନ ପକ୍ଷରୁ ଉଲ୍ଲେଖ ରହିଛି ଯେ, ପ୍ରତାପନଗରୀ ଠାରୁ ବ୍ରାହ୍ମଣ ସାଇଲୋ ପର୍ଯ୍ୟନ୍ତ ଥିବା ନାଳବନ୍ଧ ରାସ୍ତାରେ ଦୈନିକ ହଜାର ହଜାର ଲୋକ ନିଜ ନିଜର ପେଟ ପାଟଣା ପାଇଁ ହେଉ ଅବା କାର୍ଯ୍ୟବଶତଃ ପାଇଁ ଯାତାୟତ କରିଥାନ୍ତି କିନ୍ତୁ ବର୍ତ୍ତମାନ ଏବେ ଏହି ରାସ୍ତା ମରଣଯନ୍ତା ପାଲଟିଛି । ତେଣୁ ଏହି ରାସ୍ତାର ମରାମତି ଓ ସମ୍ପ୍ରସାରଣ ତୁରନ୍ତ ହେବା ସହ ନାଳବନ୍ଧରୁ ନଦୀ ବନ୍ଧକୁ ସଂଯୋଗ କରୁଥିବା ପୋଲରେ ଶହ ଶହ ବାଲି ବୋଝେଇ ଭାରିଯାନ ଚଳାଚଳ ହେଉଛି ।