ଓଡିଶା

odisha

ETV Bharat / state

FIH Hockey World Cup : କଟକରେ BJD ସାଙ୍ଗଠନିକ ସମ୍ପାଦକଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ - ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ

ଆଗକୁ ହକି ବିଶ୍ବକପ ରହିଥିବା ବେଳେ କଟକ ଗ୍ରାଣ୍ଡ ରେସିଡେନ୍ସିରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଏକ ବୈଠକ ଆୟୋଜିତ ହୋଇଛି । ଅଧିକ ପଢନ୍ତୁ

HOCKEY WORLD CUP
HOCKEY WORLD CUP

By

Published : Dec 29, 2022, 3:39 PM IST

HOCKEY WORLD CUP

କଟକ: କାଉନସିଲ ବୈଠକ ପୂର୍ବରୁ ବିଜେଡି କର୍ପୋରେଟରଙ୍କୁ ନେଇ ପ୍ରଣବ ପ୍ରକାଶ ଦାସଙ୍କ ରୁଦ୍ଧଦ୍ୱାର ବୈଠକ । କଟକ ଗ୍ରାଣ୍ଡ ରେସିଡେନ୍ସିରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି । ଦୀର୍ଘ ଦିନ ଧରି କଟକ ମହାନଗର ନିଗମରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇନଥିଲା । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହି ବିବାଦ ଉପରେ ପୁର୍ଣ୍ଣଛେଦ ପକାଇବା ପାଇଁ ଆଜି ଏହି ବୈଠକ ଡାକିଥିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ।

ଏହା ମଧ୍ୟ ପଢନ୍ତୁ: ବଲିଉଡକୁ ଝଟ୍‌କା, ହୃଦଘାତରେ ଆଖି ବୁଜିଲେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ନିତିନ ମନମୋହନ

ତେବେ ଏହି ବୈଠକରେ ସିଏମସି କାଉନସିଲ ବୈଠକ ସମ୍ବନ୍ଧୀୟ ସମେତ ହକି ବିଶ୍ୱକପ ଉତ୍ସବକୁ କିପରି ସୁରୁଖୁରରେ ଆୟୋଜନ ହେବ ସେନେଇ ବୈଠକରେ ଆଲୋଚନା ହୋଇଛି । କମିଶନର ଓ କର୍ପୋରେଟରକୁ ନେଇ ଯେଉଁ ବିବାଦ ଉପୁଜିଥିଲା ତାହାର ମଧ୍ୟ ସମାଧାନ ହେବ ବୋଲି କହିଛନ୍ତି ବିଜେଡି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ । ଅନ୍ୟପଟେ କାଉନସିଲ ବୈଠକରେ ସହଯୋଗ କରିବା ସହ ହକି ବିଶ୍ୱକପର ଉଦଘାଟନୀ ଉତ୍ସବକୁ ସଫଳ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ବୋଲି କହିଛନ୍ତି କର୍ପୋରେଟର।

ଏନେଇ ବିଜେଡି ଜିଲ୍ଲା ସଭାପତି କହିଛନ୍ତି,"ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶରେ ଏହି ବୈଠକ ଆୟୋଜିତ ହୋଇଥିଲା । ଆଗକୁ ହକି ବିଶ୍ବକପ ଆୟୋଜିତ ହେବାକୁ ଥିବାବେଳେ କିଭଳି ସୁରୁଖୁରୁରେ ଶେଷ କରାଯିବ ସେନେଇ ଆଲୋଚନା କରାଯାଇଥିଲା । ବିଜୁବାବୁଙ୍କ ଜନ୍ମମାଟିରେ ଏଭଳି କାର୍ଯ୍ୟକ୍ରମର ଆୟୋଜନକୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।"

ଜାନୁଆରୀ ୧୩ ତାରଖରୁ ହକି ବିଶ୍ବକପ୍‌ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ । ତେବେ ପୁରୁଷ ହକି ବିଶ୍ବକପର ଉଦଘାଟନୀ ଉତ୍ସବ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜନ ହେବ । ଏହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ଶେଷ କରିବାକୁ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଯାହାର ଅଧ୍ୟକ୍ଷତା କରିଥଇଲେ ପ୍ରଣବ ପ୍ରକାଶ ଦାସ ।


ଇଟିଭି ଭାରତ, କଟକ

ABOUT THE AUTHOR

...view details