କଟକ:ସିବିଆଇ ଚାର୍ଜଫ୍ରେମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେକଟକ-ଚୌଦ୍ଵାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ । ସେ କହିଛନ୍ତି, "ମାମଲା କୋର୍ଟରେ ବିଚାରଧୀନ ରହିଛି । ଆଇନ ତା' ବାଟରେ ଯାଉଛି ଏବଂ ଧର୍ମର ନିଶ୍ଚୟ ବିଜୟ ହେବ । ଏହା ଏକ ଜମିଜମା ମାମଲା । ଲାଞ୍ଚ କେହି କେବେ ଚେକରେ ନିଅନ୍ତିନି, ପୂର୍ବରୁ ହାଇକୋର୍ଟ ଯାଇଥିଲି । ୨ ମାସରେ ଚାର୍ଜଫ୍ରେମ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବିଳମ୍ବ ହୋଇ ୬ ମାସ ପରେ ଗତକାଲି ଚାର୍ଜଫ୍ରେମ ହୋଇଛି । ସମୟ ବଡ଼ ବଳବାନ, ସମୟ ସବୁ କଥାର ଜବାବ ଦେବ ।" ଏହାସହ କାଗଜପତ୍ର ଟାମ୍ପରିଂ ନେଇ ସେ କହିଛନ୍ତି ଯେ, ଯେଉଁମାନେ ଟାମ୍ପରିଂ କରିଛନ୍ତି ତଦନ୍ତରେ ନିଶ୍ଚୟ ଧରାପଡିବେ ।
କଟକ-ଚୌଦ୍ଵାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ଵାଳଙ୍କ ନାଁରେ ସିସୋର ଜମି କିଣାବିକା ମାମଲାରେ ଚାର୍ଜଫ୍ରେମ୍ ହୋଇଛି । ମାମଲା ଏବେ ଅଦାଲତରେ ବିଚାରାଧୀନ ଅଛି । ଏନେଇ ଆଜି ଗଣମାଧ୍ୟରେ ପ୍ରତିକ୍ରିୟା ରଖି ପ୍ରଭାତ କହିଛନ୍ତି, "ମୁଁ ଆଗରୁ କହିଥିଲି ଏବେ ମଧ୍ୟ କହୁଛି ସତ୍ୟର ବିଜୟ ହେବ । ଲୋକଙ୍କ ଭଲପାଇବା ଓ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ମୋ ପ୍ରତି ଅଛି । ୨୦୧୮ରେ ହାଇକୋର୍ଟରେ ମୋ ନାଁରେ ଥିବା ମାମଲା କ୍ୱାସିଂ କରିବା ପାଇଁ ହାଇକୋର୍ଟ ଯାଇଥିଲି ।"
ଏହା ବି ପଢନ୍ତୁ...ଦେବଗଡ଼ ବିଧାୟକଙ୍କ ବିରୁଦ୍ଧରେ ବିଧାୟକପାଣ୍ଠି ଦୁରୂପଯୋଗ ଅଭିଯୋଗ, ତଦନ୍ତ ଦାବିକଲା ବିଜେଡି