କଟକ: ସମ୍ଭାବ୍ୟ ବାତ୍ୟାକୁ ନେଇ ମହଙ୍ଗା ହେଲା ଆଳୁ ଦର । ଯେଉଁ ଆଳୁ ଗତକାଲି(ବୁଧବାର) କିଲୋପ୍ରତି ୧୩ରୁ ୧୫ ଟଙ୍କାରେ ବିକ୍ରୟ କରାଯାଉଥିଲା, ଆଜି ଏହାର ଦର ହଠାତ କିଲୋପିଛା ୨୦ରୁ ୨୫ ଟଙ୍କାକୁ ବୃଦ୍ଧି ପାଇଛି । ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି ବ୍ୟବସାୟୀ ମାନେ । ତେବେ ଏଥିପାଇଁ ବ୍ୟବସାୟୀ ମାନେ ଗୋଦାମକୁ ଦାୟୀ କରିଛନ୍ତି ।
Potato Price Hike; ବାତ୍ୟା ପ୍ରଭାବ, ମହଙ୍ଗା ହେଲା ଆଳୁ ଦର - ସମ୍ଭାବ୍ୟ ବାତ୍ୟା ପାଇଁ ଆଳୁ ଚଢାଦର
ସମ୍ଭାବ୍ୟ ବାତ୍ୟାକୁ ନେଇ ମହଙ୍ଗା ହେଲା ଆଳୁ ଦର । ଯେଉଁ ଆଳୁ ଗତକାଲି(ବୁଧବାର) କିଲୋପ୍ରତି ୧୩ରୁ ୧୫ ଟଙ୍କାରେ ବିକ୍ରୟ କରାଯାଉଥିଲା, ଆଜି ଏହାର ଦର ହଠାତ କିଲୋପିଛା ୨୦ରୁ ୨୫ ଟଙ୍କାକୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ
ସମ୍ଭାବ୍ୟ ବାତ୍ୟା ପାଇଁ ଆଳୁ ଚଢାଦର, ଗ୍ରାହକ ହନ୍ତସନ୍ତ
ଗୋଦାମ ମାଲିକ ମାନେ ହଠାତ ଆଳୁଦର ବୃଦ୍ଧି କରିଛନ୍ତି । ବାତ୍ୟା ଆଳ ଦେଖାଇ ଦର ବୃଦ୍ଧି କରିଥିବା ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି । ଜାହାଫଳରେ ଦର ବୃଦ୍ଧିକୁ ନେଇ ଖାଉଟି ମାନେ ପ୍ରଭାବିତ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏନେଇ କୌଣସି ଗୋଦାମ ମାଲିକ ମାନେ ମୁହଁ ଖୋଲିନାହାନ୍ତି । ମନଇଚ୍ଛା ଦରରେ ଆଳୁ ବିକ୍ରି କରାଯାଉଥିବା ବେଳେ ଯୋଗାଣ ବିଭାଗ ମୁହଁ ଖୋଲୁନାହିଁ ଏ ବିଷୟରେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ