ଓଡିଶା

odisha

ETV Bharat / state

ପୂର୍ବତନ ବାଚସ୍ପତିଙ୍କୁ ରାଷ୍ଟ୍ରୀୟ ସମ୍ମାନ ନମିଳିବା ପ୍ରସଙ୍ଗ, ଜବାବ ପାଇଁ ସମୟ ମାଗିଲେ ରାଜ୍ୟ ସରକାର - ହାଇକୋର୍ଟରେ ରାଜ୍ୟ ସରକାର

ପୁର୍ବତନ ବାଚସ୍ପତି ଶରତ କରଙ୍କ ଅନ୍ତିମ ସତ୍କାର ବେଳେ କାହିଁକି ଦିଆଗଲାନାହିଁ ଗାର୍ଡ ଅଫ ଅନର ? ଏନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିବା ବେଳେ ଜବାବ ଦାଖଲ ପାଇଁ ସମୟ ଲୋଡିଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ..

ପୂର୍ବତନ ବାଚସ୍ପତିଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦିଆନଯିବା ପ୍ରସଙ୍ଗ, ଜବାବ ଦେବାକୁ ସମୟ ମାଗିଲେ ସରକାର
ପୂର୍ବତନ ବାଚସ୍ପତିଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦିଆନଯିବା ପ୍ରସଙ୍ଗ, ଜବାବ ଦେବାକୁ ସମୟ ମାଗିଲେ ସରକାର

By

Published : Nov 17, 2020, 5:59 PM IST

କଟକ: ପୁର୍ବତନ ବାଚସ୍ପତି ଶରତ କରଙ୍କୁ ଗାର୍ଡ ଅଫ ଅନର ଦିଆ ନ ଯିବା ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଛି । ତେବେ ମାମଲାର ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି ରାଜ୍ୟ ସରକାର। ଡିସେମ୍ବର ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ପାଇଁ ଧାର୍ଯ୍ୟ କରାଯାଇଛି।

ତେବେ ମାମଲାରେ ଦର୍ଶାଯାଇଛି ଯେ, ପ୍ରବୀଣ ରାଜନୈତିଜ୍ଞ ଶରତ କର ଅକ୍ଟୋବର ୧୨ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଥିଲେ । ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇ ନଥିଲା । ଏହା ତାଙ୍କ ପ୍ରତି ଅସମ୍ମାନ ବୋଲି ପିଟିସନରେ ଆବେଦନକାରୀ ଦର୍ଶାଇଥିଲେ ।

ପୂର୍ବତନ ବାଚସ୍ପତିଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦିଆନଯିବା ପ୍ରସଙ୍ଗ, ଜବାବ ଦେବାକୁ ସମୟ ମାଗିଲେ ସରକାର

କୋରୋନା ମହାମାରୀ ସମୟରେ ମୃତ୍ୟୁବରଣ କରିଥିବା ଏକାଧିକ ରାଜନେତା ଓ ଅଭିନେତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇ ଥିବାବେଳେ ଦିବଂଗତ ବାଚସ୍ପତି ଶରତ କରଙ୍କୁ କାହିଁକି ଏହି ସମ୍ମାନ ପ୍ରଦାନ କରାଗଲା ନାହିଁ ବୋଲି ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ସ୍ୱର୍ଗତ ଶରତ କର ମାହାଙ୍ଗାରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିବା ବେଳେ ଏହି ଘଟଣା ମାହାଙ୍ଗାବାସୀଙ୍କୁ ଆଘାତ ଦେଇଛି। ଏଭଳି ନିଷ୍ପତ୍ତି ନେଇଥିବା ପଦାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମାମଲାରେ ପ୍ରାର୍ଥନା କରିଛନ୍ତି ଆବେଦନକାରୀ। ମାମଲାରେ ଗୃହ ବିଭାଗ ସଚିବ, ବିଧାନସଭା ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ ଓ କଟକ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ମାହାଙ୍ଗା ବାସିନ୍ଦା କଂଗ୍ରେସ ନେତା ଦେବେନ୍ଦ୍ର ସାହୁଙ୍କ ପକ୍ଷରୁ ଏହି ମାମଲା ଦାଏର କରାଯାଇଛି ।

ଅକ୍ଟୋବର 12 ରେ ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ସାହିତ୍ୟିକ ଶରତ କରଙ୍କ ପରଲୋକ ହୋଇଥିଲା । ହେଲେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ବେଳେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇନଛିଲା । ଏନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରାଯାଇଥିବା ବେଳେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details