ନିଆଳି: ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଉନ୍ନତମାନର ଶିକ୍ଷା ଦେବା ପାଇଁ ସରକାର ଆରମ୍ଭ କରିଛନ୍ତି ଆଦର୍ଶ ବିଦ୍ୟାଳୟ । ଏଥିପାଇଁ ମଧ୍ୟ ସରକାକ ଖର୍ଚ୍ଚ କରୁଛନ୍ତି କୋଟିକୋଟି ଟଙ୍କା । ହେଲେ ଆର୍ଦଶ ବିଦ୍ଯାଳୟର ନିର୍ମାଣକୁ ନେଇ ଏବେ ଉଠିଛି ପ୍ରଶ୍ନ । ସ୍କୁଲରେ ନିର୍ମାଣରେ ନିମ୍ନମାନର କାର୍ଯ୍ୟ କରାଯାଉଥିବା ବେଳେ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଭିଭାବକ । ନିର୍ମାଣ ଆରମ୍ଭରୁ କାନ୍ଥରେ ବଡ଼ବଡ଼ ଫାଟ ଦେଖିବାକୁ ମିଳିଛି । ଏହାସହ ବର୍ଷବର୍ଷ ଧରି ନିର୍ମାଣ କାର୍ଯ୍ଯ ଆଳରେ ଠିକା ସଂସ୍ଥା ଠକୁଥିବା ଅଭିଯୋଗ ହୋଇଛି । ଏପରି ଘଟଣା ସାମ୍ନାକୁ ଅସିଛି ନିଆଳି ବ୍ଳକର ଜଲ୍ଲାରପୁର ପଞ୍ଚାୟତ ଟୋଲା ଗୋପୀନାଥ ଅଞ୍ଚଳରେ ।
ଲଗାଯାଇଥିବା ଫଳକ ଅନୁଯାୟୀ କାର୍ଯ୍ୟ ଗତ ବର୍ଷ ଏପ୍ରିଲ ମାସ ୨୨ ତାରିଖରେ ଆରମ୍ଭ ହୋଇ ଚଳିତ ବର୍ଷ ମାର୍ଚ୍ଚ ୨୧ ତାରିଖ ଦିନ ସରିବା କଥା । ହେଲେ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେବାରୁ ନିର୍ମାଣ କାର୍ଯ୍ୟର ସମୟ ସୀମାକୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଠିକା ସଂସ୍ଥା ବୃଦ୍ଧି କରିଛି । ଫଳରେ 8 କୋଟି ବ୍ୟୟ ଅଟକଳରେ କରାଯାଇଥିବା ଆଦର୍ଶ ବିଦ୍ୟଳୟର ବଜେଟ ଏବେ 9 କୋଟିରେ ପହଞ୍ଚିଛି । ସରକାରୀ ସଂସ୍ଥା କଟକ ପିଡବ୍ଲୁଡି ଅଧିନରେ ଆଦର୍ଶ ବିଦ୍ୟାଳୟର ସମସ୍ତ କାର୍ଯ୍ୟ ତଦାରଖ ଦାୟିତ୍ବରେ ରହିଛି । ଏଠାରେ ଜଣେ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ ନିର୍ମାଣ କାର୍ଯ୍ୟକୁ ଅନୁଧ୍ଯାନ କରିବା ଦାୟିତ୍ବରେ ରହିଛନ୍ତି । ହେଲେ ସ୍କୁଲ କାର୍ଯ୍ୟ ତଦାରଖ ପାଇଁ ଯନ୍ତ୍ରୀ କି ସହକାରୀ ଯନ୍ତ୍ରୀ ଅସୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।