କଟକ:ପେଟାନାଳ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ମୁହାଁମୁହିଁ ବିଜେଡି କଂଗ୍ରେସ । ଜୋର ଧରିଛି ଶ୍ରେୟ ରାଜନୀତି । ବିଜେଡିର ଦୁଇ ନେତା ତଥା ସିଏମ୍ସି ମେୟର ସୁବାସ ସିଂ ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ମଧ୍ୟରେ ଶ୍ରେୟକୁ ନେଇ ଛକାପଞ୍ଝା ଚଲିଛି । ଏହାରି ମଧ୍ୟରେ ଉଭୟଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।
ପେଟାନାଳ ପୁନରୁଦ୍ଧାର ଆଉ ସୌନ୍ଦର୍ଯ୍ୟକରନ କାମ ପାଇଁ 140 କୋଟି ଟଙ୍କା ମଞ୍ଜୁରୀ ପରେ ତେଜିଛି ରାଜନୀତି । କଂଗ୍ରେସ ଏହି କାମର ଶ୍ରେୟ ନେବାକୁ ବସିଥିବା ବେଳେ ଏହାର ଇତିହାସ ବଖାଣିଛି ବିଜେଡି । ସରକାରଙ୍କ ଉପରେ ଚାପ ସୃଷ୍ଟି କରି ମୋକିମ ଏ କାମ କରାଇଛନ୍ତି ବୋଲି ଦାବି କରିଥିବା ବେଳେ ପେଟାନାଳ କାମ ବିଡେଜିର ନେତା ଦେବାଶିଷ କରିଥିବା କହିଛନ୍ତି ।
ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି,‘‘2021 ମସିହାରେ ସେ ପେଟାନାଳର ପୁନରୁଦ୍ଧାର ପାଇଁ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କହି DPR ପ୍ରସ୍ତୁତ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସ୍ୱରେଜ ବିଭାଗ ଡ୍ରେନେଜ ବିଭାଗକୁ ଦାୟିତ୍ୱ ହସ୍ତାନ୍ତର କରିବାରୁ ଏବେ ଡ୍ରେନେଜ ବିଭାଗ ପୁନର୍ବାର DPR ପ୍ରସ୍ତୁତ କରି କାମ ଆରମ୍ଭ କରିଛି । ତେଣୁ ନବୀନ ପଟ୍ଟନାୟକଙ୍କ ଫଟୋଚିତ୍ର ଫଳକ ଲାଗିଛି । ଏହାସହ ସେ ମେୟର ସୁବାସଙ୍କୁ ତେରେଚ୍ଛା ବଣ ମାରି କହିଛନ୍ତି ଯଦି ଅଉ କେହି ସେ କାର୍ଯ୍ୟକରି ଶ୍ରେୟ ନେବାକୁ ଚାହୁଁଛି ମୋର କିଛି ଆସୁବିଧା ନାହିଁ ।’’