କଟକ: ସୁନା ଦୋକାନରୁ ବଡ ଧରଣର ଚୋରି ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ-ପ୍ରିଣ୍ଟ । ଚାଉଳିଆଗଞ୍ଜ ଥାନା ଅଧୀନରେ ଥିବା ଗତିରାଉତ ପାଟଣା ଅଞ୍ଚଳର ଏକ ନିର୍ମାଣାଧୀନ ଘରେ ପପୁନା ଓ ତାର ସାଥି ଏକ ବଡ଼ ଧରଣର ଲୁଟ ପାଇଁ ଯୋଜନା କରୁଥିଲେ।
ମାତ୍ର ଖବର ପାଇ ପୋଲିସ ପହଞ୍ଚି ଅତର୍କିତ ଚଢାଉ କରିବା ପରେ ସବୁ ଫସର ଫାଟିଯାଇଥିଲା । ଅନେକ ସେଠାରୁ ଚମ୍ପଟ ମାରିଥିଲେ ମଧ୍ୟ ପୋଲିସ ହ୍ୟାଣ୍ଡକପରେ ଫସି ଯାଇଥିଲା ପପୁନା ଓ ତାର 2 ସାଥୀ ।