ଓଡିଶା

odisha

ETV Bharat / state

ଗାଡି଼ରେ ପ୍ରେସ ଲେଖି ବୁଲୁଛନ୍ତି କି ? ପଡ଼ିପାରେ ମାଡ଼ - ଗାଡ଼ିରେ ପ୍ରେସ ଲେଖା

ସାମ୍ବାଦିକ ନହୋଇ ଗାଡ଼ିରେ ପ୍ରେସ ଲଗାଇ ବୁଲୁଥିବା ବ୍ୟକ୍ତି ହୋଇଯାଆନ୍ତୁ ସାବଧାନ । କାରଣ ପୋଲିସ ହାବୁଡ଼ରେ ପଡ଼ିଲେ ଆପଣଙ୍କ ଉପରେ ନିଆଯାଇପାରେ କଡ଼ା କାର୍ଯାନୁଷ୍ଠାନ । ଅଧିକ ପଢନ୍ତୁ...

ଗାଡି଼ରେ ପ୍ରେସ ଲେଖି ବୁଲୁଛନ୍ତି କି, ପଡ଼ିପାରେ ମାଡ଼
ଗାଡି଼ରେ ପ୍ରେସ ଲେଖି ବୁଲୁଛନ୍ତି କି, ପଡ଼ିପାରେ ମାଡ଼

By

Published : Aug 31, 2021, 4:28 PM IST

କଟକ: ସାବଧାନ ହୋଇଯାଆନ୍ତୁ ନକଲି ସାମ୍ବାଦିକ । କେଉଁ ମୁହୂର୍ତ୍ତରେ ଆପଣଙ୍କ ଉପରେ ନିଆଯାଇପାରେ କାର୍ଯ୍ୟାନୁଷ୍ଠାନ । ଗାଡି଼ରେ ପ୍ରେସ ଲଗାଇ ବେଲଗାମ ବୁଲୁଥିଲେ ଆପଣଙ୍କୁ ମାଡ଼ି ବସିବ ପୋଲିସ । ଏଭଳି ନକଲି ସାମ୍ବାଦିକଙ୍କ ଉପରେ ପୋଲିସ ନଜର ରଖିଛି ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଗାଡି଼ରେ ପ୍ରେସ ଲେଖି ବୁଲୁଛନ୍ତି କି, ପଡ଼ିପାରେ ମାଡ଼

ଏନେଇ ଉଭୟ ଟ୍ବିନସିଟିରେ କଡ଼ାକଡ଼ି ଚେକିଂ ହୋଇପାରେ । ସାମ୍ବାଦିକ କହି ଅର୍ଥାତ ଗାଡ଼ିରେ ପ୍ରେସ ଲଗାଇ ଫାଇଦା ନେଉଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିଛି ପୋଲିସ । ଏଭଳି କିଛି ଘଟଣା ସାମନାକୁ ଆସିବା ପରେ ସେମାନଙ୍କୁ ଧରିବା ପାଇଁ ପୋଲିସ ଏହି ସ୍ବତନ୍ତ୍ର ଯୋଜନା ଆଣିଛି । ଗାଡ଼ିରେ ପ୍ରେସ ଲଗାଇ ଗଣମାଧ୍ୟମର ମାନକୁ ଉଲ୍ଲଘଂନ କରୁଥିବା ବ୍ୟକ୍ତିବିଶେଷଙ୍କୁ ପୋଲିସ ଧରିବ ।

ତେବେ ସୂଚନା ଥାଉକି, ଗତ କିଛି ଦିନ ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ନକଲି ସାମ୍ବାଦିକଙ୍କ ଅସଲି ମୁଖା ସାମନାକୁ ଆସିଥିଲା । ଯାହାକୁ ନେଇ କମିଶନରେଟ ପୋଲିସ ଆହୁରି ହୋଇଛି ସକ୍ରିୟ । ଫଳରେ ଏହି ନକଲି ସାମ୍ବାଦିକ ପୋଲିସ ହାବୁଡ଼ରେ ପଡ଼ିଲେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡ଼ିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details