ନିଆଳି:ଦାମୋଦରପୁର ଛକରେଅଜଣା ଗାଡ଼ି ଧକ୍କାରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତଜନା ପ୍ରକାଶ ପାଇଥିଲା । ଘଣ୍ଟା ଘଣ୍ଟା ଧରି ରାସ୍ତାରୋକ କରିଥିଲେ ଉତ୍ତ୍ୟକ୍ତ ଲୋକେ । ଅଜଣା ଗାଡ଼ି ଧକ୍କାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ପଛରେ ବସିଥିବା ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଏହି ଖବର ପାଇବା ପରେ ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚିଥିଲେ ଗ୍ରାମବାସୀ । ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଦୀର୍ଘ ସମୟ ଧରି ରାସ୍ତା ଉପରେ ଟାୟର ଜାଳି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ ।
ଏହା ବି ପଢନ୍ତୁ...ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହରେ ରାସ୍ତାରୋକ
କଟକ ଜିଲ୍ଲା ଓଲଟପୁର ଥାନା ଫୁଲ ନଖରା-ନିଆଳି ରାସ୍ତାର ଦାମୋଦରପୁର ଛକରେ ବାଇକକୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବାଇକ ଆରୋହୀ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ଗୋବିନ୍ଦପୁର ଥାନା ପାଟସୁନ୍ଦରପୁର ଗ୍ରାମର ତପନ ମହାନ୍ତି । ଏହି ଦୁର୍ଘଟଣା ପରେ ଉତ୍ତଜେନା ପ୍ରକାଶ ପାଇଥିବାବେଳେ ଘଣ୍ଟା ଘଣ୍ଟା ଧରି ରାସ୍ତାରୋକ ହୋଇଥିଲା । ଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।
ଏହା ବି ପଢନ୍ତୁ...ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବୃଦ୍ଧ ମୃତ, କ୍ଷତି ପୁରଣ ଦାବିରେ ରାସ୍ତାରୋକ