କଟକ: ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟ ସୀମାରେ ପହଞ୍ଚାଉଛି ପୋଲିସ । ରାଜ୍ୟରେ ରହୁଥୁବା ବିଭିନ୍ନ ରାଜ୍ୟର ପ୍ରବାସୀ ମାନଙ୍କୁ ସାହାଯ୍ୟ ଜାରି ରଖିଛି ପୋଲିସ । ଵର୍ତ୍ତମାନ ବହୁ ସଂଖ୍ୟାରେ ଶ୍ରମିକ ଶ୍ରେଣୀୟ ବ୍ୟକ୍ତି ନିଜ ରାଜ୍ୟକୁ ଚାଲିଚାଲି ଫେରୁଥିବାର ଦୃଶ୍ୟ ସମ୍ନାକୁ ଆସୁଛି । କିନ୍ତୁ ସେମାନଙ୍କୁ ସୀମାରେ ପହଞ୍ଚାଇବା ପାଇଁ ହାତ ବଢାଇଛି ପୋଲିସ ।
ମହାମାରୀ କୋରୋନା ଲକଡାଉନ ଯୋଗୁଁ ଦେଶର ସବୁଠୁ ଅଧିକ ଭାବରେ ଅଭାବ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇଥିବା ଶ୍ରମିକ ତଥା ପ୍ରବାସୀ ମାନେ । ଏ ଭଳି ସମୟରେ ପୋଲିସ ପ୍ରବାସୀ ମାନଙ୍କୁ ସାହାଯ୍ୟର ହାତ ବଢାଇଛି । ରାଜ୍ୟ ପୋଲିସ ବସ ଯୋଗେ ସେମାନଙ୍କ ରାଜ୍ୟ ସୀମାରେ ଛାଡୁଛି ।