କଟକ: ପୋଲିସ କର୍ମଚାରୀଙ୍କ ପରିବାର ଲୋକେ ଡ଼ିଜିଙ୍କ ନିକଟରେ ନ୍ୟାୟ ପାଇଁ ପ୍ରାର୍ଥନା କରିଛନ୍ତି । ସେମାନେ ପୋଲିସ ବିଭାଗ ଦ୍ବାରା ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ।
ଭଦ୍ରକ ପୋଲିସରେ ହାବିଲଦାର ଭାବେ କାର୍ଯ୍ୟ କରୁଥିବା ବୈକୁଣ୍ଠ ଦାସ ତାଙ୍କର ପରିବାର ସହ ପୋଲିସ କଲୋନୀରେ ରହନ୍ତି । ଗତ ୨୫ ତାରିଖରେ ଲୁଗା ଶୁଖାଇବାକୁ ନେଇ ତାଙ୍କ ସହ ପଡିଶା ଘର ସହ ପାଟିତୁଣ୍ଡ ହୋଇଥିଲା । ଯାହାଫଳରେ ଭଦ୍ରକ ଥାନାରେ ଏକ ଅଭିଯୋଗ ହୋଇଥିଲା । କିନ୍ତୁ ସେ ସମୟରେ ଥାନା ଅଧିକାରୀ ଓ ଅନ୍ୟ ଏସଆଇ ମାନେ ବୈକୁଣ୍ଠଙ୍କ ପ୍ରତି ଅତି ଖରାପ ବ୍ୟବହାର କରିଥିଲେ । ଯାହାଫଳରେ ସେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ।