କଟକ: କୋରୋନା ମୁକାବିଲା ପାଇଁ ଆକ୍ସନ ମୋଡରେ କଟକ କମିଶନରେଟ ପୋଲିସ। ଗତକାଲି ପୋଲିସ ଡିଜିପିଙ୍କ ନିର୍ଦ୍ଦେଶ ପରେ ଜୋରଦାର ହୋଇଛି ଏନଫରସ୍ମେଣ୍ଟ ପକ୍ରିୟା । କଟକର ବିଭିନ୍ନ ବଜାର ସହିତ ପ୍ରମୁଖ ଛକ ସ୍ଥାନ ଗୁଡିକରେ ଅଧିକ ପୋଲିସ ମୁତୟନ ହୋଇଛନ୍ତି ।
ପ୍ରତିଟି ଦୋକାନକୁ ଯିବା ସହିତ ବ୍ୟାଙ୍କ୍ ଓ ବଡ ମଲ ଗୁଡିକର ଯାଞ୍ଚ କରାଯାଉଛି । ଯେଉଁ ବ୍ୟବସାୟ ପ୍ରତିଷ୍ଠାନ କୋଭିଡ ନିୟମକୁ ଉଲ୍ଲଘଂନ କରୁଛନ୍ତି, କାର୍ଯ୍ୟନୁଷ୍ଠାନ ସ୍ବରୂପ ସଙ୍ଗେ ସଙ୍ଗେ ଜୋରିମାନା ନଚେତ ସିଲ କରାଯାଉଥିବା ଦେଖିବାକୁ ମିଳିଛି ।
କୋରୋନା ମୁକାବିଲା ପାଇଁ ଆକ୍ସନ ମୋଡରେ କମିଶନରେଟ ପୋଲିସ ଟ୍ବିନ ସିଟିରେ କୋରୋନା ବେକାବୁ ହେବା ପରେ ଯାହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ । ଏହାପରେ ଗତକାଲି ପୋଲିସ ଡିଜିପି ମଧ୍ୟ ପୋଲିସ କମିଶନର ଓ ଟ୍ବିନ ସିଟିର ଦୁଇ ଡିସିପିଙ୍କୁ ନେଇ ବୈଠକ କରିଥିଲେ । ବୈଠକ ପରେ ଏନଫରସ୍ମେଣ୍ଟ ପକ୍ରିୟାକୁ ଜୋରଦାର କରିଛି ପୋଲିସ । କଟକ ପାଇଁ ୧୭ଟି ଅଫିସରଙ୍କୁ ନେଇ ଏନଫରସ୍ମେଣ୍ଟ ସ୍କ୍ବାର୍ଡ ଗଠନ କରାଯାଇଥିବା କହିଛନ୍ତି ଡିସିପି ପ୍ରତୀକ ସିଂ। ଏପିରିକି ସାଧାରଣ ଲୋକେ ମଧ୍ୟ କୋରୋନା ପାଇଁ ଅଧିକ ସଚେତନ ହେବା ପାଇଁ ପରାମର୍ଶ ଦେଇଛନ୍ତି ଡିସିପି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ