କଟକ:ଦୁର୍ଗାପୂଜା ଉପଲକ୍ଷେ କମିଶନରେଟ ପୋଲିସର ଫ୍ଲାଗ ମାର୍ଚ୍ଚ । ଡିସିପିଙ୍କ ନେତୃତ୍ବରେ 10 ପ୍ଲାଟୁନ ପୋଲିସ ଫୋର୍ସ ଏହି ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଥିଲେ । ରେଳ ଷ୍ଟେସନ ନିକଟରୁ ବାହାରି କଟକର ପ୍ରମୁଖ ଛକ ବଜାର ଦେଇ ପ୍ରତ୍ୟେକ ଗଳି ସାହିରେ ବୁଲିଥିଲା ଏହି ଟିମ । ତେବେ ଏହି ଫ୍ଲାଗ ମାର୍ଚ୍ଚର ମୂଳ ଲକ୍ଷ୍ୟ ରହିଛି କିପରି ଦୁର୍ଗାପୂଜା ସମୟରେ ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ ।
ଗୋଟିଏ ପଟେ ପୂଜା ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଓ ଭକ୍ତ କଟକ ଆସିବେ । ଏନେଇ ସେମାନଙ୍କ ସୁରକ୍ଷା ଓ ଟ୍ରାଫିକ ଦିଗକୁ କିପରି ସୂଚାର ରୂପେ ପାଳନ କରାଯିବ ସେନେଇ ବ୍ଲୁ ପ୍ରିଣ୍ଟ ଶେଷ କରାଯାଇଛି । ଏହାସହ ଦଶହରା ସମୟରେ 60 ପ୍ଲାଟୁନ ଫୋର୍ସ ସହ 100ରୁ ଊର୍ଦ୍ଧ୍ବ ପୋଲିସ ଅଧିକାରୀ କଟକରେ ମୁତୟନ ରହିବେ ।