କଟକ: ଜଗତପୁର ସ୍ଥିତ କୋଭିଡ ହସ୍ପିଟାଲରେ ନିଆଁ ଲାଗିବା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବରେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବା ଗୋଟିଏ ବଡ଼ ଚ୍ୟାଲେଞ୍ଜ ଥିଲା । ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କଟକ କମିଶନରେଟ ପୋଲିସ। ପୋଲିସ କମିଶନର, କଟକ ଡିସିପି, ୩ ଏସିପି, ୭ ପୋଲିସ ଏବଂ ୭ ଥାନାର ଥାନାଧିକାରୀ, ଟ୍ରାଫିକ ପୋଲିସ କର୍ମଚାରୀଙ୍କ ସମେତ ପାଖାପାଖି ଶହେରୁ ଅଧିକ ପୋଲିସ । କୋରୋନା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସମସ୍ତେ ଲାଗିପଡିଥିଲେ। ତେବେ ପୋଲିସ କର୍ମଚାରୀଙ୍କ କାର୍ଯ୍ୟକୁ ଯେତେ ପ୍ରଶଂସା କଲେ କମ ହେବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।
ବିଶେଷ କରି କୋରୋନାକୁ ଖାତିର ନକରି କୋରୋନା ରୋଗୀଙ୍କ ପାଇଁ ଗାଡି ଆୟୋଜନ କରିବା, ଟ୍ରାଫିକ ନିୟନ୍ତ୍ରଣ କରିବା ସହ କୋଭିଡ ରୋଗୀଙ୍କୁ ଆମ୍ବୁଲାନ୍ସକୁ ବୋହିନେବା ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ତୁଲାଇଥିଲେ। ତେବେ ପୋଲିସର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ନିଜେ ପୋଲିସ କମିଶନର। ଏପରିକି ପୋଲିସର ଏଭଳି କାର୍ଯ୍ୟକୁ ଯେତେ ପ୍ରଶଂସା କଲେ ବି କମ ହେବ ବୋଲି ସେ କହିଛନ୍ତି ।