କଟକ: କୋରୋନା ଭାଇରସକୁ ରୋକିବାକୁ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ମାତ୍ର ଲୋକେ ଏନେଇ ଗତକାଲିଠାରୁ(ସୋମବାର) ଠାରୁ ଆଜି(ମଙ୍ଗଳବାର ) ପର୍ଯ୍ୟନ୍ତ ପାଖାପାଖି 60ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଫାଇନ ଗଣି ସାରିଥିବାବେଳେ 12 ହଜାର ଟଙ୍କାରୁ ଉର୍ଦ୍ଧ୍ବ ଫାଇନ ବାବଦରେ ଆଦାୟ କରିଛି ପୋଲିସ ।
ରାଜ୍ୟରେ ଗତ 9 ତାରିଖରୁ ଏହି ନିୟମକୁ ବେଶ କଡାକଡି ଭାବେ ଲାଗୁ କରାଯାଇଛି । ହେଲେ ଏତେ ସଚେତନ କରିବା ପରେ ମଧ୍ୟ ଲୋକମାନଙ୍କ ମଧ୍ୟରେ ବିଶେଷ ପ୍ରଭଵ ଦେଖିବାକୁ ମିଳୁ ନଥିବାରୁ ସିଏମସି ଓ ପୋଲିସ ମିଳିତ ଭାବେ ଲୋକମାନଙ୍କ ପାଇଁ ଡାକବାଜି ଯନ୍ତ୍ରରେ ପ୍ରଚାର କରିଥିଲେ । ତାପରେ ବି ଲୋକେ ମାସ୍କ ଗାମୁଛା , ରୁମାଲ ଆଦି ମୁଁହରେ ନଭିଡି ଜରୁରୀ କାମରେ ବାହାରକୁ ବାହାରିବାକୁ ଗଣିବାକୁ ପଡୁଛି ଫାଇନ ।