ଓଡିଶା

odisha

ETV Bharat / state

ଗିରଫଦାରୀ ଭୟରେ ପୁରୁଷ ଶୂନ୍ୟ ଗାଁ, ପୋଲିସ ନିର୍ଦ୍ଦୋଷୀଙ୍କୁ ବାନ୍ଧି ନେଉଥିବା ମହିଳାଙ୍କ ଅଭିଯୋଗ - ଜୁଆ ଆଡ୍ଡା ଉପରେ ଚଢାଉ ଖବର ଖୋର୍ଦ୍ଧା

ଜୁଆଖେଳ ଆଡ୍ଡା ଉପରେ ଚଢାଉ ସମୟରେ ପୋଲିସ ଉପରକୁ ହୋଇଥିବା ଆକ୍ରମଣ ମାମଲାରେ ଟ୍ବିଷ୍ଟ । ପରବର୍ତ୍ତୀ ସମୟରେ ପୋଲିସ ଗିରଫ କରିଥିବା ଯୁବକମାନେ ନିର୍ଦ୍ଦୋଷୀ ବୋଲି ଗାଁର ମହିଳାମାନଙ୍କ ଅଭିଯୋଗ । ଅଧିକ ପଢନ୍ତୁ

ଗିରଫଦାରୀ ଭୟରେ ପୁରୁଷ ଶୂନ୍ୟ ଗାଁ, ପୋଲିସ ନିର୍ଦ୍ଦୋଷଙ୍କୁ ବାନ୍ଧି ନେଉଥିବା ମହିଳାଙ୍କ ଅଭିଯୋଗ
ଗିରଫଦାରୀ ଭୟରେ ପୁରୁଷ ଶୂନ୍ୟ ଗାଁ, ପୋଲିସ ନିର୍ଦ୍ଦୋଷଙ୍କୁ ବାନ୍ଧି ନେଉଥିବା ମହିଳାଙ୍କ ଅଭିଯୋଗ

By

Published : May 25, 2022, 10:18 PM IST

ନିଆଳି:ଜୁଆଖେଳ ଅଭିଯୋଗରେ ଗିରଫ ଅଭିଯୁକ୍ତ ନିର୍ଦ୍ଦୋଷ ବୋଲି ପରିବାର ବର୍ଗଙ୍କଯୁକ୍ତି । ପୋଲିସ ନିର୍ଦ୍ଦୋଷରେ ଆମ ପିଲାମାନଙ୍କୁ ବାନ୍ଧି ନେଇଥିବା ମହିଳାମାନଙ୍କ ଅଭିଯୋଗ । ପୋଲିସର ଏପରି କାର୍ଯ୍ୟାନୁଷ୍ଠାନ ଫଳରେ ଗାଁ ପୁରୁଷ ଶୂନ୍ୟ ହୋଇଯାଉଛି, ଆମେ କ'ଣ ଖାଇବୁ, କେମିତି ଚଳିବୁ ବୋଲି ପ୍ରଶ୍ନ କରିଛନ୍ତି ।

ଗିରଫଦାରୀ ଭୟରେ ପୁରୁଷ ଶୂନ୍ୟ ଗାଁ, ପୋଲିସ ନିର୍ଦ୍ଦୋଷଙ୍କୁ ବାନ୍ଧି ନେଉଥିବା ମହିଳାଙ୍କ ଅଭିଯୋଗ

ସୂଚନା ଅନୁଯାୟୀ, ଗତ ୨୧ ତାରିଖରେ ଭୁବନେଶ୍ବର ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ରାଜସ ପଞ୍ଚାୟତ କୃଷ୍ଣପୁର ଯାତ୍ରାରେ ଜୁଆଖେଳ ଉପରେ ଚଢାଉ ସମୟରେ ପୋଲିସକୁ ନିର୍ଧୂମ ମାଡ଼ ମାରିଥିଲେ ସ୍ଥାନୀୟ ଲୋକେ । ଲୋକଙ୍କ ସଙ୍ଘବଦ୍ଧ ଆକ୍ରମଣରେ ଭୟଭୀତ ହୋଇ ପୋଲିସ କର୍ମଚାରୀ ଗାଡି ଛାଡି ମଧ୍ୟ ପଳାଇଥିଲେ । ଖବର ପାଇ ବାଲିପାଟଣା ପୋଲିସ ପହଞ୍ଚି ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଗାଡିଗୁଡିକୁ ଉଦ୍ଧାର କରିଥିଲା ।

ଘଟଣା ପର ଠାରୁ ଜୁଆ ଖେଳ ଆୟୋଜନ କରୁଥିବା ୩ ଜଣଙ୍କ ସମେତ ପୋଲିସକୁ ଆକ୍ରମଣ ଘଟଣାରେ ପାଖାପାଖି ୨୭ ରୁ ଊର୍ଦ୍ଧ୍ବ ଅଭିଯୁକ୍ତଙ୍କୁ ବାଲିପାଟଣା ପୋଲିସ୍ ଗିରଫ କରିଛି ।‌ କମିସନରେଟ ପୋଲିସ ପକ୍ଷରୁ ଗାଁରେ ବାରମ୍ବାର ଚଢ଼ାଉ ହେଉଛି । ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇ ଯାଇଥିବା ମହିଳାମାନେ କହିଛନ୍ତି ।‌ ଏଥିସହ ପୋଲିସ ମଧ୍ୟ ପୂର୍ବରୁ ବାନ୍ଧି ନେଇଥିବା ପିଲାମାନେ ନିର୍ଦ୍ଦୋଷ, ସେମାନେ ଜୁଆ ଖେଳିନଥିବା କହିଛନ୍ତି ମହିଳାମାନେ ।



ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ABOUT THE AUTHOR

...view details