କଟକ: ମାସ୍କ ଯାଞ୍ଚ କରୁଥିବା ବେଳେ ପୋଲିସକୁ ଗୋଡାଇ ଗୋଡେଇ ପିଟିଲେ ଲୋକ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଅଡଶପୁର ଅଞ୍ଚଳରେ । ଗତକାଲି ଏକ ବାଇକରେ ଦମ୍ପତି ଓ ତାଙ୍କର ଏକ ଶିଶୁ ଯାଉଥିଲା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ମାସ୍କ ନପିନ୍ଧିଥିବା ଦର୍ଶାଇ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ପରେ ସ୍ଥାନୀୟ ଲୋକ ଘେରିଯାଇ ପୋଲିସ ଭ୍ୟାନକୁ ଭଙ୍ଗାରୁଜା ସହ ପୋଲିସକୁ ମାଡ ମାରିଥିବା ଦେଖାଯାଇଥିଲା ।
ମାସ୍କ ଯାଞ୍ଚ ବେଳେ ପୋଲିସକୁ ପିଟିଲେ ଲୋକେ - mask check
ମାସ୍କ ଯାଞ୍ଚ କରୁଥିବା ବେଳେ ପୋଲିସକୁ ଗୋଡାଇ ଗୋଡେଇ ପିଟିଲେ ଲୋକ । ପୋଲିସ ଦମ୍ପତିଙ୍କୁ ମାଡ ମାରିଥିବା ଅଭିଯୋଗ । ତଦନ୍ତ ପରେ କାର୍ଯାନୁଷ୍ଠାନ ନେଇ କହିଲେ ଏସପି । ଜାଣନ୍ତୁ ଅଧିକ........
ପୋଲିସକୁ ପିଟିଲେ ଲୋକେ
ମାସ୍କ ଯାଞ୍ଚ ବେଳେ ଦମ୍ପତ୍ତିଙ୍କୁ ପୋଲିସର ମାଡ ଅଭିଯୋଗ, ପୋଲିସକୁ ପିଟିଲେ ଲୋକେ
ତେବେ ଏହି ଘଟଣାରେ ଅଡଶପୁର ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହେବା ସହ ଜଣେ ଏସଡିପିଓଙ୍କୁ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଥିବା କଟକ ଗ୍ରାମାଞ୍ଚଳ ଏସପି ସୁଚନା ଦେଇଛନ୍ତି । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି ।
କଟକରୁୁ ନାରାୟଣ ସାହୁଙ୍କ ରିପୋର୍ଟ, ଇଟିଭି ଭାରତ