ଓଡିଶା

odisha

ETV Bharat / state

କଟକ ସୁଭଦ୍ରାପୁର ହତ୍ୟାକାଣ୍ଡ ଘଟଣା: ୩ ଗିରଫ, ବନ୍ଧୁକ ଜବତ

କଟକ ସୁଭଦ୍ରାପୁର ହତ୍ୟାକାଣ୍ଡ ଘଟଣା । ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Aug 15, 2023, 5:34 PM IST

କଟକ ସୁଭଦ୍ରାପୁର ହତ୍ୟାକାଣ୍ଡ ଘଟଣା

କଟକ:ଜିଲ୍ଲାର ସଦର ଥାନା ସୁଭଦ୍ରାପୁର ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି କଟକ କମିଶନରେଟ ପୋଲିସ । ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ଚାଲି ଯାଇଥିବା ବେଳେ ସେଠାକୁ ଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରିଛି କଟକ କମିଶନରେଟ ପୋଲିସ । ସ୍ଥାନୀୟ କୋର୍ଟରେ ହାଜର ଆଜି ହାଜର ହେବେ ଏହି ୩ ଅଭିଯୁକ୍ତ । ଅଭିଯୁକ୍ତମାନଙ୍କୁ ବେଙ୍ଗାଲୁରୁର ଏକ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବର୍ତ୍ତମାନ ଟ୍ରାଂଜିଟ ରିମାଣ୍ଡରେ ଅଣାଯାଇଛି ବୋଲି ସୂଚନା ଦେଇଛନ୍ତି ଅତରିକ୍ତ ଡିସିପି ଅନୀଲ ମିଶ୍ର ।

ଅଭିଯୁକ୍ତଙ୍କୁ ଗିରଫ ସମୟରେ ଏକ ବନ୍ଧୁକ ଓ ମୋବାଇଲ ମଧ୍ୟ ଜବତ କରିଛି ପୋଲିସ । ଗତ ମଙ୍ଗଳବାର ଚିନ୍ତାମଣି ସାହୁ ନାମକ ଜଣେ ରାଜମିସ୍ତ୍ରୀଙ୍କୁ ତାଙ୍କ ଘର ସାମ୍ନାରେ ଓ ପତ୍ନୀଙ୍କ ଆଗରେ ଗୁଳି କରି ହତ୍ୟା କରିଥିଲେ ଅଭିଯୁକ୍ତ । ତେବେ ପୋଲିସ କହିବା ମୁତାବକ, ମୃତକ ଚିନ୍ତାମଣି ଓ ମୁଖ୍ୟ ଅଭିଯୁକ୍ତ ଜଗନ ପ୍ରଧାନ ସାଙ୍ଗ ହୋଇ ରାଜମିସ୍ତ୍ରୀ କାମ କରନ୍ତି । ତେବେ ଚିନ୍ତାମଣିଙ୍କ ଘରକୁ ଜଗନ ବାରମ୍ବାର ଆସିବାରୁ ଏନେଇ ପ୍ରଶ୍ନ ଉଠାଇଥିଲେ ଚିନ୍ତାମଣି । ଏହାପରେ କିଛି ଉଭୟଙ୍କ ମଧ୍ୟରେ ବଚସା ମଧ୍ୟ ହୋଇଥିଲା।

ଏହା ବି ପଢନ୍ତୁ- Murder: କଟକରେ ଫୁଟିଲା ଗୁଳି, ବନ୍ଧୁ ଆକ୍ରମଣରେ ଆଖି ବୁଜିଲା ବନ୍ଧୁ

ଏହା ପରେ ପରେ ଯୋଜନାବଦ୍ଧ ଭାବରେ ଜଗନର ସାଙ୍ଗ ଶମ୍ଭୁ ଭୋଇ ଚିନ୍ତାମଣିଙ୍କ ଘର ପାଖରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଉଭୟ ଜଗନ ଓ ଶମ୍ଭୁଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଛି । ପୂର୍ବରୁ ମୃତକଙ୍କ ସ୍ତ୍ରୀ କହିଥିଲେ ଅଭିଯୁକ୍ତ ମୃତକଙ୍କ ବାଲ୍ୟ ବନ୍ଧୁ । ମଦ୍ୟପାନ କରି ହଠାତ ଆସିଥିଲା । ତା' ସହ ଆଉ ଜଣେ ଅଭିଯୁକ୍ତ ବି ଆସିଥିଲା । ଉଭୟ ମଦ୍ୟପାନ କରି ଚିନ୍ତାମଣିଙ୍କ ଘରେ ପହଞ୍ଚିଥିଲେ ଏବଂ ପକେଟରୁ ବନ୍ଧୁକ ବାହାର କରି ଚିନ୍ତାମଣିକୁ ଦେଖାଇଥିଲେ । ହାତରେ ବି 3 ରାଉଣ୍ଡ ଗୁଳି ରଖିଥିଲା ।

ଗୁଳିକୁ ବନ୍ଧୁକରେ ଲୋଡ଼ କରି ଶମ୍ଭୁଆକୁ ଦେଇଥିଲା ଜଗନ।ଏବଂ ଶମ୍ଭୁଆ ଚିନ୍ତାମଣିର ମଥାକୁ ଗୁଳି କରିଥିଲା ଏବଂ ସେଠାରେ ତାହାର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ତେବର କେଉଁ କାରଣରୁ ଚିନ୍ତାମଣିକୁ ହତ୍ୟା କଲା ଜଗନ। ମୃତକଙ୍କ ପରିବାରର ଜଗନଙ୍କ ପୁରୁଣା ସମ୍ପର୍କ ଥିଲା । ନା ପରକୀୟ ପ୍ରୀତି ଦିଗର ସାମଞ୍ଜସ୍ୟ ରହିଛି ତାହାକୁ ନେଇ ପଚରାଉଚରା ଜାରି ରଖିଛି ପୋଲିସ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details