କଟକ:ବଡଝରିଲୋ ଲୁଟ ମାମଲା (Cuttack Badajharilo Loot case) । 3 ଲୁଟେରାଙ୍କୁ ଧରିଛି ସଦର ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ କଟକ ଜିଲ୍ଲାପାଳ କାର୍ଯ୍ୟାଳୟ କର୍ମଚାରୀ ବୋଲି ଜଣାପଡ଼ିଛି । ଗତ ୨୦୧୯ ମସିହାରେ ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ହୋଇଥିଲା ୪୦ ଲକ୍ଷ ଟଙ୍କାର ଲୁଟ ।
ଏହି ଘଟଣାରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ନାଁ ପ୍ରଭୁ କଲ୍ୟାଣ ସ୍ବାଇଁ ବୋଲି ପୋଲିସ ସ୍ପଷ୍ଟ କରିଛି । ଗତ 2019 ମସିହା ଡିସେମ୍ବର ମାସ 26ତାରିଖ ରାତିରେ କଟକ ବଡଝରିଲୋରେ ଏହି ଲୁଟ ହୋଇଥିଲା । 40 ଲକ୍ଷ ଟଙ୍କା ନେଇ ଯାଉଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀର ୨ କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ ଲୁଟେରା । ଏହାପରେ ସମସ୍ତ ଟଙ୍କାକୁ ଲୁଟ କରି ନେଇ ଯାଇଥିଲେ ଦୃର୍ବୁତ୍ତ । ଏହି ମାମଲାରେ ପୂର୍ବରୁ ଜଣେ ଲୁଟେରାକୁ ପୋଲିସ ଗିରଫ କରିଥିବା ବେଳେ ଆଜି ଆଉ 3 ଜଣଙ୍କୁ ଗିରଫ କରିଛି ।