ଓଡିଶା

odisha

ETV Bharat / state

ଶିଶୁପାଳ ହେଲା ବର, ହାତଗଣ୍ଠି ପୂର୍ବରୁ ଉଠାଇ ନେଲା ପୋଲିସ - ମହାନଦୀବିହାରରେ ବର ଗିରଫ

ବିବାହ କରିବାକୁ ଆସି ବର ସାଜିଲେ ଶିଶୁପାଳ । ହାତଗଣ୍ଠି ପଡିବା ପୂର୍ବରୁ ଉଠାଇ ନେଇଛି ପୋଲିସ । ଅଧିକ ପଢନ୍ତୁ...

groom arrested
ବେଦିରୁ ଉଠାଇ ନେଲା ପୋଲିସ

By

Published : Feb 26, 2020, 11:37 PM IST

କଟକ: ବିବାହ ପାଇଁ ମଣ୍ଡପ ସଜା ଯାଇଥିଲା । ପୂଜକ ମଧ୍ୟ ମନ୍ତ୍ର ଉଚ୍ଚାରଣ ଚାଲିଥିଲା । ଲୋକେ ମଧ୍ୟ ବିବାହ ଭୋଜି ଖାଇ ବାହାଘର ଦେଖୁଥାନ୍ତି । ଆଉ ସାତ ଜନ୍ମର ସାଥି ହେବାକୁ ବାକିଥାଏ ହାତଗଣ୍ଠି ପଡିବାକୁ । ଏହି ସମୟରେ ହଠାତ୍ ମଣ୍ଡପରେ ପୋଲିସ ପହଞ୍ଚି ବାହାଘର ବନ୍ଦ କଲା।

ବେଦିରୁ ଉଠାଇ ନେଲା ପୋଲିସ

କେହି କିଛି ବୁଝିବା ଆଗରୁ ବରକୁ ବେଦିରୁ ଉଠାଇନେଲା ପୋଲିସ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକର ମହାନଦୀ ବିହାର ଅଞ୍ଚଳରେ। ସୂଚନା ଅନୁଯାୟୀ, ଉକ୍ତ ଯୁବକ ଜଣକ ପୁର୍ବରୁ ଜଣେ ଯୁବତୀଙ୍କୁ କୋର୍ଟରେ ବିବାହ କରିଥିଲେ। ଯୁବକ ଜଣକ ବ୍ୟବସାୟ କରିବା ପାଇ ଯୁବତୀଙ୍କ ବାପାଙ୍କ ନିକଟରୁ ୩ ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ।

ତେବେ ଯୁବକ ଜଣକ ବୁଧବାର ଅନ୍ୟଜଣେ ଯୁବତୀଙ୍କୁ ବିବାହ କରୁଥିବା ଖବର ଜାଣିବାକୁ ପାଇଥିଲେ ଯୁବକଙ୍କ ପ୍ରଥମ ସ୍ତ୍ରୀ। ଖବର ପାଇବା ପରେ ଯୁବତୀ ଜଣକ ବିବାହ ସମ୍ପର୍କିତ ସମସ୍ତ ତଥ୍ୟ ପ୍ରମାଣ ସହ ଷ୍ଟେଟ ଲିଗାଲ ସେଲ ସହ ଯୋଗାଯୋଗ କରିଥିଲେ।

ଅଭିଯୋଗ ପାଇ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ଲିଗାଲ ସେଲ ସଦସ୍ୟା ଚାଉଳିଆଗଞ୍ଜ ଥାନା ସହ ଯୋଗାଯୋଗ କରି ବାହାଘର ବନ୍ଦ କରିଥିଲେ। ତେବେ ଧୋକାବାଜ ସ୍ବାମୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି କମିଶନରେଟ ପୋଲିସ। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details