କଟକ:ଜିଲ୍ଲାର ଜଗତପୁର ଅଞ୍ଚଳରେ ଥିବା ବାସନ୍ତୀ ଦୁର୍ଗା ଅଳଙ୍କାର ଦୋକାନ ଚୋରି ଘଟଣାରେ ଗୁରୁବାର କମିଶନରେଟ ପୋଲିସକୁ ମିଳିଛି ସଫଳତା । ଦୀର୍ଘଦିନର ଛକାପଞ୍ଝା ପରେ ପୋଲିସ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଗିରଫ ସମୟରେ 25 କେଜି ରୂପା, 385 ଗ୍ରାମ ସୁନା ଓ ନଗଦ 12 ହଜାରରୁ ଊର୍ଦ୍ଧ୍ବ ଟଙ୍କାକୁ ପୋଲିସ ଜବତ କରିଛି । ଏହାସହ 2ଟି ବାଇକ, ଏକ କାର, ଗ୍ୟାସ କଟର ଓ ଶାବଳ ମଧ୍ୟ ପୋଲିସ ଜବତ କରିଛି । ସୂଚନା ଅନୁସାରେ 5 ତାରିଖ ଦିନ ଜଗତପୁର ଆଇବି ରୋଡ଼ରେ ଥିବା ବାସନ୍ତୀ ଦୁର୍ଗା ଅଳଙ୍କାର ଦୋକାନରେ ଏହି ବଡ଼ ଧରଣର ଚୋରି ହୋଇଥିଲା । ଦୁର୍ବୃତ୍ତମାନେ ଗ୍ୟାସ କଟର ସାହାଯ୍ୟରେ କାନ୍ଥ ତାଡି ବିପୁଳ ପରିମାଣର ଅଳଙ୍କାର ଲୁଟି ନେଇଥିଲେ ।