ଓଡିଶା

odisha

ETV Bharat / state

ଗୋଟିଏ ଦିନରେ 141 ମଦୁଆ ଡ୍ରାଇଭର ଗିରଫ

ମୋଟର ଯାନ ଆଇନ ଲାଗୁ ହେବା ପରେ ଗୋଟିଏ ଦିନରେ ସାରା ରାଜ୍ୟରେ 141 ଜଣ ମଦୁଆ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ । ରବିବାର ରାତିରେ ପାଖାପାଖି 5 ହଜାର ଗାଡି ଯାଞ୍ଚ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 141 ଜଣ ମଦ୍ୟପାନ କରି ଗାଡି ଚଲାଉ ଥିବାରୁ ଗିରଫ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Sep 16, 2019, 9:00 PM IST

କଟକ: ରାଜ୍ୟରେ 141 ମଦୁଆ ଡ୍ରାଇଭରଙ୍କୁ ରବିବାର ଗିରଫ କରାଯାଇଛି। ନୂଆ ମୋଟର ଯାନ ଆଇନ ଲାଗୁ ହେବା ପର ଠାରୁ ଏପର୍ଯ୍ୟନ୍ତ 426 ଜଣ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ନେଇ ଏକ ପ୍ରେସ ରିଲିଜ ମାଧ୍ୟମରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ରବିବାର ରାତିରେ ପାଖାପାଖି 5 ହଜାର ଗାଡି ଯାଞ୍ଚ କରାଯାଇଥିବା ବେଳେ, ସେମାନଙ୍କ ମଧ୍ୟରୁ 141 ଜଣ ମଦ୍ୟପାନ କରି ଗାଡି ଚଳାଉ ଥିବାରୁ ଗିରଫ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 26 ଜଣ ମଦ୍ୟପ ଡ୍ରାଇଭର ଧରା ପଡିଥିବା ବେଳେ, ଯାଜପୁରରେ 20, ସମ୍ବଲପୁରରେ 18, ରାଉଲକେଲାରେ 16 ଜଣ, ବ୍ରହ୍ମପୁର ଓ ଜଗତସିଂହପୁରରେ 12, ଗଜପତିରେ 9, ଅନୁଗୁଳ ଓ ନବରଙ୍ଗପୁରରେ 6, କୋରାପୁଟରେ 5, ମୟୁରଭଞ୍ଜରେ 4, କେନ୍ଦ୍ରାପଡାରେ 2, ବାଲେଶ୍ଵର, ଖୋର୍ଦ୍ଧା, କନ୍ଧମାଳ, ସୁନ୍ଦରଗଡ଼ ଓ ସୋନପୁରରେ ଜଣେ ଲେଖାଏଁ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରାଯାଇଛି ।

ରାଜ୍ୟରେ ଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ମଦ୍ୟପାନ କରି ଗାଡି ଚଳାଉଥିବା ଵ୍ୟକ୍ତି ମାନଙ୍କୁ ମୋଟର ଯାନ ଆଇନ ଦଫା 185 / 202/ ର ବ୍ୟବସ୍ଥା ଅନୁସାରେ ଯାଞ୍ଚ କରିବା ନିମନ୍ତେ ଓଡିଶା ପୋଲିସ ଦ୍ବାରା ସ୍ବତନ୍ତ୍ର ଅଭିଯାନ ପ୍ରସ୍ତୁତ କରାଯାଇଥିଲା।

କଟକରୁ ନାରାୟଣ ସାହୁ, ଇଟଭି ଭାରତ

ABOUT THE AUTHOR

...view details