ନିଆଳି:ମନ ଭିତରେ କୁହୁଳୁ ଥିଲା ପୂର୍ବ ଶତ୍ରୁତାର ନିଆଁ । ପାଞ୍ଚ ବର୍ଷ ତଳର ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଭିଆଇଲା ପୁଅ । ହତ୍ୟାକରି ମା’ ସହ ମିଶି ମୃତଦେଦକୁ ବସ୍ତାରେ ବାନ୍ଧି ଗାଡିଆରେ ଫିଙ୍ଗିଦେଲା ଅଭିଯୁକ୍ତ । ଏନେଇ ମୃତକଙ୍କ ପତ୍ନୀଙ୍କ ମାମଲା ଆଧାରରେ ତଦନ୍ତ ଆରମ୍ଭ କରି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ତେବେ କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳର ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ବେଳେ ଏହା ଉପରୁ ପରଦା ହଟାଇଛି ପୋଲିସ ।
କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି ଦେବଦତ୍ତ ବରାଳଙ୍କ ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦା ପଞ୍ଚାୟତ ସ୍ଥିତ କବିଚନ୍ଦ୍ରପୁର ଗାଁର କପିଳ ସାହୁଙ୍କ ବଡ ପୁଅ ପ୍ରକାଶ ସାହୁ (୪୪) । ଗତ 3 ତାରିଖ ଦିନ ସଂଧ୍ୟାରେ ଧାନ କଟା ମେସିନ ହିସାବ ପାଇଁ ନିଜ ବନ୍ଧୁମାନଙ୍କ ନିକଟକୁ ଯାଇଥିଲେ । ଘରକୁ ନ ଫେରି ରାତିରେ ଘାଁର ଜୟଦେବ ସାହୁ ଓରଫ ଚିକୁନା ଘରକୁ ଯାଇଥିଲେ । ବିଳମ୍ବିତ ରାତିରେ ଗୋଟିଏ ଘରେ ମାଆ ତନୁବାଳା ଓ ପ୍ରକାଶଙ୍କୁ ଦେଖି ଚିକୁନା ରାଗିଯାଇ ପ୍ରକାଶ ସହ ଠେଲାପେଲା ହେବା ସହ ଏକ ହେମଦସ୍ତା ବାଡି ସାହାଯ୍ୟରେ ପ୍ରକାଶର ମୁଣ୍ତକୁ ପିଟି ଦେଇଥିଲେ ଚିକୁନା । ସେପଟେ ପ୍ରକାଶ ମରିଯାଇଥିବା ଭାବି ଚିକୁନା ଓ ତାର ମାଆ ପ୍ରକାଶର ହାତଗୋଡ ବାନ୍ଧି ଜରି ଅଖାରେ ଭର୍ତ୍ତି କରି ଘର ନିକଟରେ ଥିବା ଗତେଶ୍ବର ଦଳ ଗଡିଆରେ ଫିଙ୍ଗି ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ.......ରାଜସ୍ବ ଅଧିକାରୀଙ୍କ ପିଅନ ହତ୍ୟା ମାମଲା, ମାଆ ଓ ତିନି ପୁଅକୁ ଆଜୀବନ କାରାଦଣ୍ଡ