ଓଡିଶା

odisha

କଟକରେ କାଳୀପୂଜା, ସହର ଜଗିବେ ୩୧ ପ୍ଲାଟୁନ ପୋଲିସ

କାଳୀ ପୂଜା ଆରମ୍ଭ ହେଉଥିବାବେଳେ ସୁରକ୍ଷା ପାଇଁ ପୋଲିସ ମଧ୍ୟ ଆରମ୍ଭ କରିଛି ପ୍ରସ୍ତୁତି । ସହରର ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବେ 31 ପ୍ଲାଟୁନ ପୋଲିସ ଫୋର୍ସ । ସେହିପରି ଭସାଣି ଦିନ ରହିବେ 50 ପ୍ଲାଟୁନ ପୋଲିସ । ସୂଚନା ଦେଲେ ଡ଼ିସିପି ।

By

Published : Oct 27, 2019, 3:58 AM IST

Published : Oct 27, 2019, 3:58 AM IST

Updated : Oct 27, 2019, 10:11 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ

କଟକ: କାଳୀପୂଜା ପାଇଁ ଉତ୍ସବମୁଖର କଟକ ସହର । ସହରରେ ୭୦ ଟି ପୂଜା ମଣ୍ଡପରେ ମା' କାଳୀଙ୍କର ପୂଜା କରାଯିବ। ତେବେ କାଳୀ ପୂଜା ଉପଲକ୍ଷେ ସହରରେ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରିବା ପାଇଁ କଟକ ଡିସିପି ସମସ୍ତ ପୋଲିସଙ୍କୁ ନେଇ ସ୍ବତନ୍ତ୍ର ତାଲିମ ପ୍ରଦାନ କରିଛନ୍ତି । ଇଣ୍ଡୋର ଷ୍ଟାଡିୟମରେ ଏନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି ।

କଟକରେ କାଳୀପୂଜା, ସହରର ଜଗିବେ ୩୧ ପ୍ଲାଟୁନ ପୋଲିସ

ସହରରେ ସୁରକ୍ଷା ପାଇଁ ୩୧ ପ୍ଲାଟୁନ ପୋଲିସ ମୃତୟନ କରାଯିବ। ଭସାଣ ପାଇଁ ୫୦ ପ୍ଲାଟୁନ ଫୋର୍ସ ମୃତୟନ କରାଯିବ। ସହରରେ ଅନେକ ସ୍ଥାନରେ ସିସିଟିଭି ମଧ୍ୟ ଲଗାଯାଇଛି । ସେହିପରି ସାଧା ପୋଷାକଧାରୀ ପୋଲିସ ମଧ୍ୟ ପକେଟ ମାର ଙ୍କୁ ଜଗିବେ। ତେବେ ଟ୍ରାଫିକ ବ୍ୟବସ୍ଥା କୁ ନଜର ରଖି କିଛି କିଛି ସ୍ଥାନରେ ଟ୍ରାଫିକ କଟକଣା ଲଗାଯିବ ବୋଲି କଟକ ଡିସିପି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 27, 2019, 10:11 AM IST

ABOUT THE AUTHOR

...view details