କଟକ: ଚାଷୀ ମାନଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ପ୍ରଧାନମନ୍ତ୍ରୀ କିଷାନ କ୍ରେଡିଟ କାର୍ଡ ପଞ୍ଜୀକରଣରେ ସାମିଲ ହେବେ ନୂତନ ହିତାଧିକାରୀ । କିଷାନ କ୍ରେଡିଟ କାର୍ଡରୁ ବଞ୍ଚିତ ହୋଇଥିବା ଚାଷୀ ପାଇପାରିବେ କିଷାନ କ୍ରେଡିଟ କାର୍ଡ। କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ ଋଣ ନେଇପାରିବେ । ଯେଉଁ ମାନଙ୍କର କୃଷି ଉପଯୋଗୀ ଜମି ଥାଇ ମଧ୍ୟ କିଷାନ କ୍ରେଡିଟ କାର୍ଡ଼ରୁ ବଞ୍ଚିତ ହୋଇଛନ୍ତି ସେମାନେ ଖୁବ ଶୀଘ୍ର ନିକଟସ୍ଥ ସରକାରୀ ବ୍ୟାଙ୍କରେ ଆବେଦନ କରିପାରିବେ ।
ବର୍ତ୍ତମାନ ସୁଦ୍ଧା ନାବାର୍ଡ ପୋର୍ଟାଲରେ ଏକ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କ ନାମ ପଞ୍ଜିକୃତ ହୋଇଛି । ସେମାନଙ୍କ ମଧ୍ୟରୁ କିଛି ଚାଷୀ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି । ତେବେ ଆଜିଠୁ ଏକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଯାହା ଦ୍ବାରା ବଳକା ହିତାଧିକାରୀମାନଙ୍କୁ ସଚେତନ କରାଯିବ କିପରି କ୍ରେଡିଟ କାର୍ଡ ପାଇ ପାରିବେ । ଏହି ସଚେତନତା ଅଭିଯାନ କଟକ ଜିଲ୍ଲାରେ ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଚାଲିବ ।