ଓଡିଶା

odisha

ETV Bharat / state

Baliyatra 2023: ଆଜିଠୁ ଆରମ୍ଭ ହେଲା ପ୍ଲଟ ବୁକିଂ - ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

ଆସନ୍ତା ୨୭ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଐତିହାସିକ କଟକ ବାଲିଯାତ୍ରା । ଏଥିପାଇଁ ଆଜିଠୁ ଆରମ୍ଭ ହୋଇଛି ପ୍ଲଟ ବୁକିଂ । ଅଧିକ ପଢନ୍ତୁ

ଆଜିଠୁ ଆରମ୍ଭ ହେଲା ପ୍ଲଟ ବୁକିଂ
ଆଜିଠୁ ଆରମ୍ଭ ହେଲା ପ୍ଲଟ ବୁକିଂ

By ETV Bharat Odisha Team

Published : Nov 4, 2023, 10:18 PM IST

ଆଜିଠୁ ଆରମ୍ଭ ହେଲା ପ୍ଲଟ ବୁକିଂ

କଟକ: ଆସନ୍ତା ୨୭ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଐତିହାସିକ କଟକ ବାଲିଯାତ୍ରା। ଚଳିତ ବର୍ଷ ୮ ଦିନ ହେବାକୁ ଥିବା ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ, ସୁରକ୍ଷିତ କରିବା ପାଇଁ ଲକ୍ଷ୍ୟ ରଖିଛି ପ୍ରଶାସନ । ସେପଟେ ଆଜି ଠାରୁ ସାଧାରଣ ବ୍ୟବସାୟୀଙ୍କ ପାଇଁ ଆରମ୍ଭ ହୋଇଛି ପ୍ଲଟ ପଞ୍ଜିକରଣ କାର୍ଯ୍ୟ । ଆଉ ଗୋଟିଏ ମାସରୁ କମ ସମୟ ହାତରେ ଥିବାବେଳେ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି କଟକ ଜିଲ୍ଲା ପ୍ରଶାସନ।

କଟକର ଐତିହାସିକ ଗଡଗଡ଼ିଆ ଘାଟ ପଡ଼ିଆରେ ଜମିବ ପୂର୍ବଭାରତର ସର୍ବ ବୃହତ ବାଣିଜ୍ୟିକ ମେଳା । ବାଲିଯାତ୍ରାର କଳେବରରେ ଗତବର୍ଷ ଆସିଥିବା ପରିବର୍ତ୍ତନ ଚଳିତ ବର୍ଷ ମଧ୍ୟ ଦେଖିବାକୁ ମିଳିବ । ଏହା ସହିତ ବାଲିଯାତ୍ରା ବୁଲିବାକୁ ଆସୁଥିବା ଦର୍ଶକମାନଙ୍କୁ ନୂଆ କିଛି ଅନୁଭୁତି ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଛି ପ୍ରଶାସନ । ଏହାରି ଭିତରେ ଏହି ମହାମେଳା ପାଇଁ ସାଧାରଣ ବ୍ୟବସାୟୀମାନେ ଆଜି ଠାରୁ ପ୍ଲଟ ବୁକିଂ କରିଛନ୍ତି । ଆଜି ଠାରୁ ଏହି ପ୍ଲଟ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହୋଇଛି ।

ବାଲିଯାତ୍ରା ଷ୍ଟଲ ପାଇଁ ଆଜିଠାରୁ ସାଧାରଣ ବା ଛୋଟ ବ୍ୟବସାୟମାନଙ୍କ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପ୍ଲଟ ବୁକିଂ କାର୍ଯ୍ୟ ନଭେମ୍ବର 10 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପରେ ନଭେମ୍ବର 11 ରୁ 15 ତାରିଖ ମଧ୍ୟରେ ଷ୍ଟଲ ନିଲାମ କରାଯିବ । ବାଲିଯାତ୍ରାରେ ଷ୍ଟଲ ପକାଇବାକୁ ଚାହୁଁଥିବା ସାଧାରଣ ବ୍ୟବସାୟୀଙ୍କ ପାଇଁ ପ୍ରତି ବର୍ଗଫୁଟ ସର୍ବନିମ୍ନ 50 ଟଙ୍କା ରଖାଯାଇଛି । ସେହିଭଳି ପୃଷ୍ଠପୋଷକମାନଙ୍କ ପାଇଁ ବର୍ଗଫୁଟ ପିଛା 500 ଟଙ୍କା ଧାର୍ଯ୍ୟ କରାଯାଇଛି।

ଏହା ବି ପଢନ୍ତୁ...Baliyatra 2023: ଆସନ୍ତା ଶନିବାର ଠାରୁ ବାଲିଯାତ୍ରା ପ୍ଲଟ ରେଜିଷ୍ଟ୍ରେସନ

ଏହା ବି ପଢନ୍ତୁ...Bali Yatra: ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାକୁ ସବୁ ପ୍ରଚେଷ୍ଟାରେ ସିଏମସି

ଏହା ବି ପଢନ୍ତୁ...କଟକ ଆରମ୍ଭ ହେବ ସାତସାହି କଟକ ନୃତ୍ୟତ୍ସବ, 9 ଦିନ ଧରି ଦୁଲୁକିବ ବାଲିଯାତ୍ରା ପଡିଆ

ଏହାବ୍ୟତିତ ଛୋଟ ଛୋଟ ଉଠାଦୋକାନୀ ଏକ ହଜାର ଟଙ୍କା ଦେଇ ବାଲିଯାତ୍ରାରେ ବ୍ୟବସାୟ କରିବେ। ଏହାସହ ଦୋଳି ଓ ଅନ୍ୟାନ୍ୟ ଖେଳ ବ୍ୟବସାୟୀମାନେ 25 ହଜାର ଟଙ୍କା ଦେଇ ପଞ୍ଜିକରଣ କରିବେ। ସେମାନେ ବର୍ଗଫୁଟ ପିଛା 30 ଟଙ୍କା ଦେଇ ପ୍ଲଟ ନିଲାମୀରେ ଭାଗ ନେବେ। ଷ୍ଟଲ ବଣ୍ଟନ କାର୍ଯ୍ୟରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରାଯିବ ବୋଲି କହିଛି କଟକ ଜିଲ୍ଲା ପ୍ରଶାସନ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details