କଟକ: ଚଳିତବର୍ଷ ନଭେମ୍ବର 8 ରୁ 16 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶକ୍ରମେ 34 ଏକର ଜାଗାରେ ଏଥର ବାଲିଯାତ୍ରା ଅନୁଷ୍ଠିତ ହେବ । ବାଲିଯାତ୍ରାରେ ସାଂସ୍କୃତିକ କାଯ୍ୟକ୍ରମ ସହିତ ଜଳ କ୍ରୀଡାକୁ ଗୁରୁତ୍ବ ଦିଆଯିବ । ସ୍ଥାୟୀ ବୈଷ୍ଣବ ପାଣି ମଞ୍ଚ ସହ ନୂତନ ଭାବେ ହେବ ଅକ୍ଷୟ ମହାନ୍ତି ମଞ୍ଚ । ସକାଳୁ ରାତି ପର୍ଯ୍ୟନ୍ତ ବ୍ୟବସାୟ ସହିତ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ହେବ ।
ତେବେ ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ଲଟ ଆବଣ୍ଟନ ପଞ୍ଜିକରଣ ପ୍ରକ୍ରିୟା । 7 ତାରିଖ ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପ୍ରକ୍ରିୟା । ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ହେବ ପଞ୍ଜିକରଣ ପ୍ରକ୍ରିୟା । 11 ଟା ରୁ 5 ଟା ପର୍ଯନ୍ତ ଚାଲିବ ପଞ୍ଜିକରଣ ପ୍ରକ୍ରିୟା । ଯେଉଁମାନେ 1000 ବର୍ଗ ଫୁଟରୁ ଅଧିକ ଜାଗା ନେବାକୁ ଚାହୁଁଛନ୍ତି ସେମାନଙ୍କୁ ପେଟ୍ରୋନ ଭାବରେ ଆସିବାକୁ ପଡିବ । ଏକ ବର୍ଗଫୁଟର ଜାଗା ପାଇଁ ପେଟ୍ରୋନ ମାନଙ୍କ ପାଇଁ 5500 ଟଙ୍କା ମୂଲ୍ୟ ରଖା ଯାଇଛି । ପେଟ୍ରୋନମାନେ ବ୍ୟବସାୟ କରିବା ସହିତ ଆମେ ସେମାନଙ୍କ ବ୍ରାଣ୍ଡ୍କୁ ବାଲିଯାତ୍ରାରେ ପ୍ରୋତ୍ସାହନ କରିବୁ ।