ଓଡିଶା

odisha

ETV Bharat / state

ତୃତୀୟ ଦିନିକିଆ ପାଇଁ ବାରବାଟୀରେ ଖାସ ପିଚ ପ୍ରସ୍ତୁତି - ଭାରତ ଓ ୱେଷ୍ଟଇଣ୍ଡିଜ

ଷ୍ଟାଡିଅମ ଓ ଗ୍ରାଉଣ୍ଡ ସହ ଭାରତ ବନାମ ୱେଷ୍ଟ ଇଣ୍ଡିଜ ତୃତୀୟ ଦିନିକିଆ ପାଇଁ ଖାସ ପିଚ ପ୍ରସ୍ତୁତ ହୋଇଛି ବାରବାଟୀରେ । ରନ ବର୍ଷା ହେବ କହିଲେ ଓସିଏ ପିଚ କ୍ୟୁରେଟର । ଅଧିକ ପଢ଼ନ୍ତୁ..

pitch of barabati, barabati stadium, more importance to pitch, india vs west indies third one day, one day between india and west indies,  ବାରବାଟୀରେ ଖାସ ପିଚ ପ୍ରସ୍ତୁତି, ଭାରତ ବନାମ ୱେଷ୍ଟ ଇଣ୍ଡିଜ ତୃତୀୟ ଦିନିକିଆ, ଭାରତ ଓ ୱେଷ୍ଟଇଣ୍ଡିଜ, ବାରବାଟୀ ଷ୍ଟାଡିଅମ
ତୃତୀୟ ଦିନିକିଆ ପାଇଁ ବାରବାଟୀରେ ଖାସ ପିଚ ପ୍ରସ୍ତୁତି

By

Published : Dec 11, 2019, 6:27 PM IST

କଟକ: ପାଖେଇ ଆସୁଛି ବାରବାଟୀ ମହାଲଢ଼େଇ । ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ। ଡିସେମ୍ବର 22ରେ ହେବ ମହା ମୁକାବିଲା। ପ୍ରସ୍ତୁତି କାମ ଚୂଡାନ୍ତ ହୋଇଥିବା ବେଳେ ଅଭ୍ୟାସ ପାଇଁ ପଡ଼ିଆରେ ଲାଗିଲାଣି ନେଟ। ମ୍ୟାଚ ପାଇଁ ପିଚ ଉପରେ ଦିଆଯାଇଛି ବିଶେଷ ଗୁରୁତ୍ବ ।

ମାତ୍ର 5 ଦିନ ମଧ୍ୟରେ ଷ୍ଟାଡିଅମର ସମସ୍ତ କାମ ଶେଷ ହେବା ନେଇ ଲକ୍ଷ ରଖିଛି ଓସିଏ । 20 ଓ 21 ତାରିଖରେ ହେବାକୁ ଥିବା ଅଭ୍ୟାସ ପାଇଁ ମଧ୍ୟ ନେଟ ଲାଗି ସରିଲାଣି । ଷ୍ଟାଡିଅମର ଜରାଜୀର୍ଣ୍ଣ ଅବସ୍ଥାକୁ ସଜାଡ଼ିବା ପାଇଁ 6 ମାସ ଲାଗିବା କଥା କିନ୍ତୁ ତାକୁ କିଛି ଦିନ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖିଛି ଓସିଏ। କାରଣ ଏହା ଓଡିଶା କ୍ରିକେଟ ଆସୋସିଏସନ ପାଇଁ ଚ୍ୟାଲେଞ୍ଜ।

ତୃତୀୟ ଦିନିକିଆ ପାଇଁ ବାରବାଟୀରେ ଖାସ ପିଚ ପ୍ରସ୍ତୁତି

ଅନ୍ୟପଟେ ପିଚ ପ୍ରସ୍ତୁତି କାମ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ମୁଖ୍ୟ ପିଚ ଓ ଅଭ୍ୟାସ ପିଚକୁ ବେଶ ସୁନ୍ଦର ଢ଼ଙ୍ଗରେ ନିର୍ମାଣ କରିଛନ୍ତି ଓସିଏ ପିଚ କ୍ୟୁରେଟର । ଏହାସହିତ ଯଦି ପିଚରେ ଥଣ୍ଡା ଯୋଗୁଁ କାକର ବି ପଡେ ତେବେ ମେସିନ ସାହାଯ୍ୟରେ ପିଚ ଓ ଆଉଟ ଫିଲ୍‌ଡ଼କୁ ମଧ୍ୟ ସଫା କରିହେବ। ଏହାସହିତ ଯେହେତୁ ଫ୍ଲାଟ ପିଚ ରହିଛି ତେବେ ରନ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଓସିଏ ପିଚ କ୍ୟୁରେଟର ପଙ୍କଜ ପଟ୍ଟନାୟକ।

ମହା ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି ବାରବାଟୀ । କାରଣ 22 ତାରିଖରେ ଏହି ଗ୍ରାଉଣ୍ଡରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଗର୍ଜିବ ବିରାଟ ବାହିନୀ। ମ୍ୟାଚକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ଏବେ ଅପେକ୍ଷା କେବେଳ 22 ତାରିଖକୁ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details