ଓଡିଶା

odisha

By

Published : Oct 29, 2022, 10:39 PM IST

Updated : Oct 29, 2022, 10:57 PM IST

ETV Bharat / state

ଟୋଲ୍ ପ୍ଲାଜା ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ବସ: 12 ଆହତ, 4 ଗୁରୁତର

ଭାରସାମ୍ୟ ହରାଇ ଟାଙ୍ଗୀ ଟୋଲ ପ୍ଲାଜା ଡିଭାଇଡରରେ ପିଟି ହେଲା କୋଲକାତାରୁ ପୁରୀ ଯାଉଥିବା ତୀର୍ଥଯାତ୍ରୀ ବସ । ଅଧିକ ପଢନ୍ତୁ

ଦୁର୍ଘଟଣା ଗସ୍ତ ହେଲା ତୀର୍ଥଯାତ୍ରୀ ବସ
ଦୁର୍ଘଟଣା ଗସ୍ତ ହେଲା ତୀର୍ଥଯାତ୍ରୀ ବସ

କଟକ:ଟାଙ୍ଗୀ ଅଞ୍ଚଳରେ ଅଭାବନୀୟ ଘଟଣା । କୋଲକାତାରୁ ପୁରୀ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହେଲା ତୀର୍ଥଯାତ୍ରୀ ବସ । ୧୨ ଯାତ୍ରୀ ଆହାତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ସୂଚନା । ବସଟି ଦ୍ରୁତ ଗତିରେ ଯାଉଥିବା ବେଳେ ବ୍ରେକ ଫେଲ ହେବାରୁ ଟାଙ୍ଗୀ ବନ୍ଦାଳ ସ୍ଥିତ ଟୋଲ ପ୍ଲାଜା ଡିଭାଇଡରରେ ପିଟି ହୋଇଥିଲା । ଫଳରେ ତିର୍ଥଯାତ୍ରୀ ବସଟି ଦୁର୍ଘଟଣାର ଶିକାର ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଜଗନନ୍ନାଥଙ୍କୁ ଦର୍ଶନ କରିବା ପାଇଁ କୋଲକାତାରୁ ଆନନ୍ଦ ଟ୍ରାଭେଲ୍ସର ଭଲବୋ ନାମକ ଏକ ତିର୍ଥଯାତ୍ରୀ ବସ ୭୦ ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ବାହାରିଥିଲା । ବସଟି ଦ୍ରୁତ ବେଗରେ ଆସୁଥିବା ବେଳେ ସନ୍ଧ୍ୟା ପ୍ରାୟ ସାତଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ବନ୍ଦାଳ ସ୍ଥିତ ଟୋଲ୍ ପ୍ଲାଜା ଠାରେ ଥିବା ଡିଭାଇଡରରେ ପିଟିହୋଇଥିଲା । ଫଳରେ ଘଟଣାସ୍ଥଳରେ ବସ ଚାଳକ ଓ ବସ ଆଗରେ ବସିଥିବା ଯାତ୍ରୀ ମାନେ ଆହତ ହୋଇଥିଲେ।

ଏହା ମଧ୍ୟ ପଢନ୍ତୁ-Dhamnagar By-Election: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦଯାତ୍ରା

ଏନେଇ ଖବର ପାଇଁ ଜାତୀୟ ରାଜପଥ ପୋଲିସ ପାଟ୍ରୋଲିଂ ଭ୍ୟାନ କର୍ମଚାରୀ ଓ ଟୋଲ ପ୍ଲାଜା କର୍ମଚାରୀ ମାନେ ଯାତ୍ରୀ ମାନଙ୍କୁ ବସ୍ ଭିତରୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ୧୨ ଜଣ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବା ବେଳେ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅନ୍ୟପଟେ ବସରେ ଥିବା ବାକି ଯାତ୍ରୀ ମାନଙ୍କୁ ଆଉ ଏକ ବସ ଯୋଗେ ପୁରୀ ପଠା ଯାଇଥିବା ବେଳେ ଦୁର୍ଘଟଣା ଗସ୍ତ ବସଟିକୁ ଟାଙ୍ଗୀ ଥାନା ପୋଲିସ ଅଟକ ରଖିଛି। ଏହି ଦୁର୍ଘଟଣା ରେ କେହି ମୃତାହତ ହୋଇ ନଥିବା ସୂଚନା ରହିଛି । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

କଟକ, ଇଟିଭି ଭାରତ

Last Updated : Oct 29, 2022, 10:57 PM IST

ABOUT THE AUTHOR

...view details