ଓଡିଶା

odisha

ETV Bharat / state

ପ୍ରବାସୀ ଶ୍ରମିକଙ୍କୁ ସମସ୍ତ ସୁବିଧା ସୁନିଶ୍ଚିତ କରିବା ପାଇଁ ହାଇକୋର୍ଟରେ ମାମଲା - ପ୍ରବାସୀ ଶ୍ରମିକଙ୍କୁ ସୁବିଧା ପାଇଁ ହାଇକୋର୍ଟରେ ମାମଲା

ପ୍ରବାସୀଙ୍କ ପାଇଁଁ ଥିବା ସାମାଜିକ ସୁରକ୍ଷା ଓ ଭବିଷ୍ୟତ ସୁରକ୍ଷା ଆଇନ ସହ ଅନ୍ୟ ଆଇନ କାହିଁକି ଲାଗୁ କରାଯାଉ ନାହିଁ ।  ଏ ସମ୍ଵନ୍ଧରେ ଜବାବ ଦାଖଲ ଲାଗି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତିି ହାଇକୋର୍ଟ । ଅଧିକ ପଢନ୍ତୁ ...

ପ୍ରବାସୀ ଶ୍ରମିକଙ୍କୁ ସବୁ ସୁବିଧା ସୁନିଶ୍ଚିତ କରିବା ପାଇଁ ହାଇକ କୋର୍ଟରେ ମାମଲା
ପ୍ରବାସୀ ଶ୍ରମିକଙ୍କୁ ସବୁ ସୁବିଧା ସୁନିଶ୍ଚିତ କରିବା ପାଇଁ ହାଇକ କୋର୍ଟରେ ମାମଲା

By

Published : May 11, 2021, 9:34 PM IST

କଟକ:ପ୍ରବାସୀଙ୍କ ପାଇଁଁ ଥିବା ସାମାଜିକ ସୁରକ୍ଷା ଓ ଭବିଷ୍ୟତ ସୁରକ୍ଷା ଆଇନ ସହ ଅନ୍ୟ ଆଇନ କାହିଁକି ଲାଗୁ କରାଯାଉ ନାହିଁ । ଏ ସମ୍ଵନ୍ଧରେ ଜବାବ ଦାଖଲ ଲାଗି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତିି ହାଇକୋର୍ଟ । ଆଇନଜୀବୀ ମୃଣାଳିନୀ ପାଢୀଙ୍କ ଦ୍ଵାରା ଦାଖଲ ଜନସ୍ବାର୍ଥ ମାମଲା ଉପରେ ଶୁଣାଣି କରି ଏପରି ନୋଟିସ ଜାରି କରିଛନ୍ତି । ନିଜ ଘର ଦ୍ଵାର ଓ ପରିବାର ଛାଡ଼ି ପ୍ରବାସୀ ଶ୍ରମିକ ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ଯାଆନ୍ତି । ସେଠି ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ।

ପ୍ରବାସୀ ଶ୍ରମିକଙ୍କୁ ସବୁ ସୁବିଧା ସୁନିଶ୍ଚିତ କରିବା ପାଇଁ ହାଇକ କୋର୍ଟରେ ମାମଲା

ବିଶେଷ କରି କୋରୋନା ସମୟରେ ଏମାନଙ୍କର ବାସ୍ତବ ବିକଳ ଚିତ୍ର ସାମନାକୁ ଆସିଥିଲା । ଗତବର୍ଷ ଓଡ଼ିଶାରେ ପାଖାପାଖି 8 ଲକ୍ଷରୁ ଊର୍ଦ୍ଧ୍ବ ପ୍ରବାସୀ ଆସିଥିଲେ । ଯଦି ବିହାର ସରକାରଙ୍କ ପରି ସେମାନଙ୍କ ଆକାଉଣ୍ଟକୁ କିଛି ପଇସା ପଠା ଯାଇଥାନ୍ତା ତା ହେଲେ ସେମାନେ କେବେ ହେଲେ ଫେରି ନଥାନ୍ତେ । ତେବେ ସେମାନଙ୍କ ପାଇଁ ଥିବା Inter State Migrant Workmen Act ଆଇନ ଲାଗୁ କରାଯିବାର ଆବଶ୍ୟକତା ଅଛି ବୋଲି ଆବେଦନକାରୀ କୋର୍ଟରେ ଦର୍ଶେଇଛନ୍ତି ।

ଏହି ଆଇନକୁ କାର୍ଯ୍ୟକାରୀ କରିବା ସହ ପ୍ରବାସୀ ଶ୍ରମିକଙ୍କ ଆକାଉଣ୍ଟ କୁ ନଗଦ ଟଙ୍କା ପଠେଇବା ଓ ସେମାନଙ୍କ ସବୁ ସୁବିଧା ସୁନିଶ୍ଚିତ କରିବା ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତିି । ଏଥିରେ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ, ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ଶ୍ରମ ଓ ନିଯୁକ୍ତି ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରିଛନ୍ତି । ଏହି ମାମଲାର ପରବର୍ତୀ ଶୁଣାଣି ଅଗଷ୍ଟ 4 ରେ ହେବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details