ଓଡିଶା

odisha

ETV Bharat / state

ଏକାମ୍ର କାନନରେ ଗଛ କାଟି ବିଲ୍ଡିଂ ନିର୍ମାଣ ନିଷ୍ପତ୍ତି, ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ - କଟକ ଖବର

ଏକାମ୍ର କାନନରେ ପ୍ରାୟ ୨୦ ଏକର ଜମିରେ ଗଛ କାଟି ବିଲ୍ଡିଂ ନିର୍ମାଣ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ । ଜୟନ୍ତୀ ଦାସ ନାମକ ଜଣେ ମହିଳା ସାମାଜିକ କର୍ମୀ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ।

ଏକାମ୍ର କାନନରେ ଗଛ କାଟି ବିଲ୍ଡିଂ ନିର୍ମାଣ ନିଷ୍ପତ୍ତି, ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ
ଏକାମ୍ର କାନନରେ ଗଛ କାଟି ବିଲ୍ଡିଂ ନିର୍ମାଣ ନିଷ୍ପତ୍ତି, ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ

By

Published : Nov 5, 2020, 8:16 PM IST

କଟକ: ଏକାମ୍ର କାନନରେ ପ୍ରାୟ ୨୦ ଏକର ଜମିରେ ଗଛ କାଟି ବିଲ୍ଡିଂ ନିର୍ମାଣ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ । ଜୟନ୍ତୀ ଦାସ ନାମକ ଜଣେ ମହିଳା ସାମାଜିକ କର୍ମୀ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ।

ଏକାମ୍ର କାନନରେ ଗଛ କାଟି ବିଲ୍ଡିଂ ନିର୍ମାଣ ନିଷ୍ପତ୍ତି, ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ

ଉକ୍ତ ଅଞ୍ଚଳରେ ଗଛ କାଟିବା ଦ୍ୱାରା ବହୁ ମୂଲ୍ୟବାନ ଔଷଧୀୟ ଗଛ ନଷ୍ଟ ହେବା ସହ ପରିବେଶ ପ୍ରଦୂଷଣ ହେବ । ତେଣୁ ଏହି ନିଷ୍ପତ୍ତିକୁ ବଦଳାଇବା ପାଇଁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଅର୍ବାନ ସଚିବ, ହର୍ଟିକଲଚର ସଚିବ, ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ ୮ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଏକାମ୍ର କାନନରେ ଗଛ କାଟି ବିଲ୍ଡିଂ ନିର୍ମାଣ ନିଷ୍ପତ୍ତି, ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ
କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details