ଓଡିଶା

odisha

ETV Bharat / state

ଶରୀର ଆଗରେ ମନୋବଳର ଜିତ୍ - ଯୋବ୍ରା ମୁନିସିପାଲଟି ସ୍କୁଲର ଛାତ୍ରୀ ସୋନାଲି ଦାସ

ଯୋବ୍ରା ମୁନିସିପାଲଟି ସ୍କୁଲର ଛାତ୍ରୀ ସୋନାଲି ଦାସ । ଦୂରାରୋଗରେ ପୀଡିତ ସୋନାଲିଙ୍କ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଦୁର୍ବଳତା । ଅଧିକ ପଢନ୍ତୁ

ଶରୀର ଆଗରେ ମନୋବଳର ଜିତ, ସମେଟିଭ ପରୀକ୍ଷାରେ ସୋନାଲି
ଶରୀର ଆଗରେ ମନୋବଳର ଜିତ, ସମେଟିଭ ପରୀକ୍ଷାରେ ସୋନାଲି

By

Published : Nov 23, 2022, 10:57 PM IST

କଟକ: କଟକ ବୋର୍ଡ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଆଜି ଦେଖିବାକୁ ମିଳିଥିଲା ଏକ ଭିନ୍ନ ଦୃଶ୍ୟ । ପରୀକ୍ଷା କେନ୍ଦ୍ରରେ ତିନୋଟି ସ୍କୁଲର ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଯୋବ୍ରା ମୁନିସିପାଲଟି ସ୍କୁଲର ଛାତ୍ରୀ ସୋନାଲି ଦାସ । ଦୂରାରୋଗରେ ପୀଡିତ ସୋନାଲିଙ୍କ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଦୁର୍ବଳତା ।

ଶରୀର ଆଗରେ ମନୋବଳର ଜିତ, ସମେଟିଭ ପରୀକ୍ଷାରେ ସୋନାଲି

ହ୍ବିଲ ଚେୟାରର ସାହାରା ନେଇ ଥିବା ଏହି ଛାତ୍ରୀ ଜଣକଙ୍କ ଏପରି ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି କି ସେ ନିଜ ହାତରେ ଲେଖିବା ପାଇଁ ମଧ୍ୟ ସକ୍ଷମ ହୋଇ ପାରୁ ନାହାନ୍ତି । ଏନେଇ ସୋନାଲିଙ୍କ ପାଇଁ ପରୀକ୍ଷା କେନ୍ଦ୍ର ରେ ହୋଇଥିଲା ସ୍ବତନ୍ତ୍ର ବ୍ୟବସ୍ଥା । ଅନ୍ୟ ଜଣେ ଛାତ୍ରୀଙ୍କ ସହାୟତାରେ ସେ ଦେଇଛନ୍ତି ପରୀକ୍ଷା।

ତେବେ ପିଲା ବେଳୁ ଭଲ ପାଠ ପଢୁ ଥିବା ସୋନାଲି ଆଗକୁ ବାଣିଜ୍ୟ ଅଧୟନ କରିବା ସହ ଜଣେ ଚାଟାଡ୍ ଆକାଉଣ୍ଟାଟ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି । ଏନେଇ ଝିଅର ପାଠ ପଢିବା ପ୍ରତି ଆଗ୍ରହକୁ ଦେଖି ତାଙ୍କ ବାପା ମା ନିଜର ଦରିଦ୍ରତାକୁ ଭୁଲି ଲୋକେ ସୋନାଲିଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ କରୁଛନ୍ତି ପ୍ରୟାସ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details