ଓଡିଶା

odisha

ଟୀକାକରଣ କେନ୍ଦ୍ରରୁ ହଟିଲା ମୁଖ୍ୟମନ୍ତ୍ରୀଙ୍କ ଫଟୋ, ବିରୋଧୀଙ୍କ ଚାପର ପ୍ରଭାବ ବୋଲି ଚର୍ଚ୍ଚା

By

Published : Jun 22, 2021, 6:34 PM IST

କଟକ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ଟୀକାକରଣ କେନ୍ଦ୍ରରୁ ହଟିଲା ମୁଖ୍ୟମନ୍ତ୍ରୀଙ୍କ ଫଟୋ, ହଟାଇଲେ ଦାୟିତ୍ବରେ ଥିବା କର୍ମଚାରୀ । ଅଧିକ ପଢନ୍ତୁ...

ଟୀକାକରଣ କେନ୍ଦ୍ରରୁ ହଟିଲା ମୁଖ୍ୟମନ୍ତ୍ରୀଙ୍କ ଫଟୋ, ବିରୋଧୀଙ୍କ ଚାପର ପ୍ରଭାବ ବୋଲି ଚର୍ଚ୍ଚା
ଟୀକାକରଣ କେନ୍ଦ୍ରରୁ ହଟିଲା ମୁଖ୍ୟମନ୍ତ୍ରୀଙ୍କ ଫଟୋ, ବିରୋଧୀଙ୍କ ଚାପର ପ୍ରଭାବ ବୋଲି ଚର୍ଚ୍ଚା

କଟକ: କଟକ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ଟୀକାକରଣ କେନ୍ଦ୍ରରେ ଆଜି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦ୍ରରେ ଲାଗିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଶେଷରେ ହଟାଯାଇଥିବା ଦେଖିବାକୁ ମିଳିଛି । ଏହାକୁ କେହି ବିଜେପି କର୍ମୀ କିମ୍ବା କୌଣସି ରାଜନୈତିକ କର୍ମକର୍ତ୍ତା ହଟାଇ ନାହାନ୍ତି ବରଂ ଏହାକୁ ହଟାଇ ଦେଇଛନ୍ତି ଦାୟିତ୍ୱରେ ଥିବା ଅଧିକାରୀ।

ଟୀକାକରଣ କେନ୍ଦ୍ରରୁ ହଟିଲା ମୁଖ୍ୟମନ୍ତ୍ରୀଙ୍କ ଫଟୋ, ବିରୋଧୀଙ୍କ ଚାପର ପ୍ରଭାବ ବୋଲି ଚର୍ଚ୍ଚା

ଟୀକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ରାଜ୍ୟର ଅନେକ ସ୍ଥାନରେ ଏନେଇ ବିବାଦ ଦେଖିବାକୁ ମିଳିଛି । ମାତ୍ର ଆଜି କଟକ ଇଣ୍ଡୋର ଷ୍ଟାଡିଅମ ଟୀକାକରଣ କେନ୍ଦ୍ରରେ ପୂର୍ବରୁ ଲାଗିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ଦାୟିତ୍ୱରେ ଥିବା କର୍ମଚାରୀମାନେ କାଢି ଦେଇଛନ୍ତି। ତେବେ ବିରୋଧୀଙ୍କ ଚାପରେ ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ମଧ୍ୟ ହେଉଛି । ଏନେଇ କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details