କଟକ:ଆସନ୍ତାକାଲି ସାରା ଦେଶରେ ପାଳନ ହେବ ସ୍ବାଧୀନତା ଦିବସ । ତେବେ ମହାମାରୀ କୋରୋନା ଯୋଗୁଁ ଚଳିତ ଥର କେତକ କଟକଣା ଜାରି କରାଯାଇଛି । ଏହି ଅବସରରେ କଟକର ବାରବାଟୀ ଷ୍ଟାଡିୟମରେ ସ୍ବାଧୀନତା ଦିବସ ପାଳନ କରାଯିବ । କୋରୋନାକୁ ଦୃଷ୍ଟିରେ ରଖି ବାରବାଟୀ ଷ୍ଟାଡିୟମକୁ ସାଧାରଣ ଦର୍ଶକଙ୍କୁ ବାରଣ କରାଯାଇଛି ।
ସ୍ବାଧୀନତା ଦିବସରେ ବାରବାଟୀ ଷ୍ଟାଡିୟମକୁ ଦର୍ଶକ ମନା - independence day
ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମରେ ସ୍ବାଧୀନତା ଦିବସ ପାଳନ କରାଯିବ । କୋରୋନାକୁ ଦୃଷ୍ଟିରେ ରଖି ବାରବାଟୀ ଷ୍ଟାଡିୟମକୁ ସାଧାରଣ ଦର୍ଶକଙ୍କୁ ବାରଣ କରାଯାଇଛି।
ସ୍ବାଧୀନତା ଦିବସରେ ବାରବାଟି ଷ୍ଟାଡିୟମକୁ ଦର୍ଶକ ମନା
ସ୍ବାଧୀନତା ଦିବସରେ ବାରବାଟି ଷ୍ଟାଡିୟମକୁ ଦର୍ଶକ ମନା
ପ୍ରତ୍ୟକ ବର୍ଷ ଷ୍ଟାଡିଅମରେ ପରେଡ଼ ଦେଖିବା ପାଇଁ ଦର୍ଶକଙ୍କୁ ଅନୁମତି ମିଳୁଥିବା ବେଳେ ଚଳିତବର୍ଷ କୋରୋନା ପାଇଁ ଏହି କଟକଣା ଜାରି କରାଯାଇଛି । ଷ୍ଟାଡିୟମରେ ଆସନ୍ତାକାଲି ୨ ପ୍ଲାଟୁନ ପୋଲିସ ପରେଡ଼ କରିବେ । ସେମାନଙ୍କର କୋଭିଡ ଟେଷ୍ଟ କରାଯାଇଛି। ସେହିପରି ସହରରେ ଆସନ୍ତାକାଲି ଦିନ ୧୧ ଟା ପର୍ଯ୍ୟନ୍ତ ଲକଡାଉନ କଟକଣା କୋହଳ କରାଯିବ । ତେବେ ସହରର ପ୍ରତି ଗଳି କନ୍ଦିରେ ସୁରକ୍ଷାକର୍ମୀ ମୁତୟନ କରାଯିବ । ଏନେଇ ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯାଇଥିବା କଟକ ଡିସିପି କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ