ଓଡିଶା

odisha

ETV Bharat / state

ଖରାରେ ବେହାଲ ଯାତ୍ରୀ, ନାଁ ଅଛି ଜଳଛତ୍ର ନାଁ ବିଶ୍ରାମଗାର - ଫୁଲନଖରାରେ ହନ୍ତସନ୍ତ ଯାତ୍ରୀ

ଦାଉ ସାଧୁଛୁ ଖରା । ତତଲା କଢେଇରେ ସିଝୁଛି ଓଡିଶା । ଫୁଲନଖରାରେ ହନ୍ତସନ୍ତ ଯାତ୍ରୀ । ଯାତ୍ରୀଙ୍କ ପାଇଁ ବିଶ୍ରାମଗାର କି ଜଳଛତ୍ର ନଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ତତଲା କଢେଇରେ ସିଝୁଛି ଓଡିଶା
ତତଲା କଢେଇରେ ସିଝୁଛି ଓଡିଶା

By

Published : Apr 13, 2023, 8:02 PM IST

ତତଲା କଢେଇରେ ସିଝୁଛି ଓଡିଶା, ଦିନ11ଟା ବାଜିଲେ ଘରୁ ବାହାରିବା ମୁସ୍କିଲ

ନିଆଳି: ବଢୁଛି ପାରଦ। ଖରାର ଦାଉରେ ଡହଳ ବିକଳ ରାଜ୍ୟବାସୀ । ଉତ୍ତାପ ବଢୁଥିବା ବେଳେ ବୋହୁଛି ଝାଞ୍ଜି ପବନ । ଦିନ11ଟା ବାଜିଲେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଗତ ତିନି ଦିନ ଧରି ବୃଦ୍ଧି ପାଇଛି ପାରଦ କେଉଁଠି 40 ଡିଗ୍ରୀ ତଆଉ କେଉଁଠି 41 ଡିଗ୍ରୀ ପାର କରିସାରିଲାଣି ତାପମାତ୍ରା । ଏକ ପ୍ରକାର ତତଲା କଢେଇ ଭଳି ମନେ ହେଉଛି । ଗରମ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନ ସାଧାରଣଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି । ମଣିଷଠାରୁ ଆରମ୍ଭ କରି ପଶୁ ପକ୍ଷୀ ବି ସମସ୍ତେ ଖରାରେ ଅସ୍ତବ୍ୟସ୍ତ । ଜରୁରୀ କାର୍ଯ୍ୟପାଇଁ ବାହାରକୁ ଯାଇଥିବା ଲୋକଙ୍କ ପାଇଁ ଖରାରେ ଯାଆଆସ କରିବା କଷ୍ଟକର ହୋଇ ପଡିଛି ।

ଏହା ବି ପଢ଼ନ୍ତୁରାଜ୍ୟ ସରକାରଙ୍କ ଦୟାରେ ମୁଁ ସାଂସଦ ହୋଇନି: ଅପରାଜିତା

ଯାତ୍ରୀଙ୍କ କହିବାମାନଙ୍କ କହିବା ଅନୁଯାୟୀ, କଟକ ଭୁବନେଶ୍ୱର ଦୈତ ମହାନଗରୀ ଓ ଫୁଲନଖରା ବଜାରରେ ଆଜି ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ଭଳି ଅନୁଭବ ହୋଇଛି । ରାସ୍ତାରେ ଚାଲିବା ବିଶମ ହୋଇ ପଡୁଛି । ଏପରି ଗରମରୁ ରକ୍ଷା ପାଇବା ପାଇଁ ଫୁଲନଖରା ବଜାରରେ ନାଁ ବିଶ୍ରାମଗାର ଅଛି ନାଁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ କୌଣସି ବ୍ୟବସ୍ଥା । ସରକାରୀ କିମ୍ବା ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଜଳ ଛତ୍ର କେନ୍ଦ୍ରଟିଏ ବି ଖୋଲି ଯାଇନାହିଁ । ଯାହାକୁ ନେଇ ଯାତ୍ରୀ ଏବଂ ପଥଚାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଫଳରେ ଲୋକେ ମୃଦୁ ପାନୀୟ ଏବଂ ଆଖୁରସ, ଫଳ ରସ, ଦହି ସରବତ ଲେମ୍ବୁପାଣି ଉପରେ ନିର୍ଭର କରୁଛନ୍ତି । ଖାଲି ଫୁଲନଖରା ବଜାରର ଏହି ଅବ୍ୟବସ୍ଥା ନୁହେଁ ବରଂ ଅଡଶପୁର, ନିଆଳି ଏବଂ ଚାରିଛକ ବଜାରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ନାଁ ଖୋଲିଛି ଜଳ ଛତ୍ରକେନ୍ଦ୍ର ନାଁ ଅଛି ଯାତ୍ରୀ ବିଶ୍ରାମ ଗାର । ଫଳରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ତେବେ ପ୍ରଶାସନ ତୁରନ୍ତ ଫୁଲନଖରା, କଣ୍ଟାପଡ଼ା ଅଡଶପୁର, ନିଆଳି ଏବଂ ଚାରିଛକ ବଜାରରେ ତୁରନ୍ତ ଜଳଛତ୍ର କେନ୍ଦ୍ର ଖୋଲାବା ପାଇଁ ଦାବି ହୋଇଛି । ଆଗକୁ ଆହୁରୀ ଗ୍ରୀଷ୍ମ ପ୍ରବାହ ବଢିବାକୁ ଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ନିକ୍ଷେପ ନକଲେ ଅଂଶୁଘାତ ଭଳି ସମସ୍ୟା ସୃଷ୍ଟି ହୋଇପାରେ ।

ଇଟିଭି ଭାରତ, ନିଆଳ

ABOUT THE AUTHOR

...view details