ଓଡିଶା

odisha

ETV Bharat / state

ମନ୍ଥରଗତିରେ ଚାଲିଛି ତିନିଘରିଆ ରେଳ ଓଭରବ୍ରିଜ ନିର୍ମାଣ, ସାଧାରଣ ଲୋକେ ହନ୍ତସନ୍ତ - କଟକ ତିନିଘରିଆ ନିର୍ମାଣାଧୀନ ରେଳ ଓଭର ବ୍ରିଜ

କେବେ ସରିବ କଟକ ତିନିଘରିଆ ରେଳ ଓଭର ବ୍ରିଜ ନିର୍ମାଣ । ପୂର୍ଣ୍ଣ ହୋଇ ପାରୁନି ନିର୍ମାଣ । ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ଅଧିକ ପଢ଼ନ୍ତୁ

Cuttack Tinigharia Railway over bridge project
ତିନିଘରିଆ ରେଳ ଓଭରବ୍ରିଜ ନିର୍ମାଣ

By

Published : Dec 26, 2022, 6:58 PM IST

ତିନିଘରିଆ ରେଳ ଓଭରବ୍ରିଜ ନିର୍ମାଣ

କଟକ : ଚିନ୍ତା ବଢ଼ାଉଛି କଟକ ତିନିଘରିଆ ନିର୍ମାଣାଧୀନ ରେଳ ଓଭର ବ୍ରିଜ (Cuttack Tinigharia Railway over bridge project ) । କାର୍ଯ୍ୟରେ ମନ୍ଥରତାକୁ ନେଇ ବଢୁଛି ସମସ୍ୟା। ମନ୍ଥର ଗତିରେ ଚାଲିଛି ରେଳ ଓଭର ବ୍ରିଜ ନିର୍ମାଣ । କେବେ ସରିବ ଏହି ନିର୍ମାଣାଧୀନ ରେଳ ଓଭରବ୍ରିଜ ତାହାରି ଅପେକ୍ଷାରେ କଟକବାସୀ। ତେବେ ଏହାକୁ ନେଇ କଟକ ଉନ୍ନୟନ ମଞ୍ଚ ମଧ୍ୟ ମୁହଁ ଖୋଲିଛି । ବ୍ରିଜ କାର୍ଯ୍ୟ ଆଜିକୁ ପାଞ୍ଚ ବର୍ଷ ହେବ ଚାଲୁଥିବା ବେଳେ ଏପର୍ଯ୍ୟନ୍ତ କାର୍ଯ୍ୟ ସରିପାରିଲା ନାହିଁ ।

ଫଳରେ ନୂଆବଜାରରୁ ପ୍ରେସ ଛକ ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତାରେ ନାହିଁନଥିବା ଭିଡ ଦେଖିବାକୁ ମିଳୁଛି । ଖାଲିସେତିକି ନୁହେଁ ଭିଡ଼ ଯୋଗୁଁ ଅନେକ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ବି ଅନେକ ସମୟରେ ବାଟରେ ଅଟକି ରହୁଛି । ଯାହାଦ୍ବାରା ରୋଗୀଟି ନାନା ଯନ୍ତ୍ରଣା ଭୋଗିଥାଏ । ଏହି ରେଳ ଧାରଣାଟି ପାରାଦ୍ଵୀପ ବନ୍ଦରକୁ ସଂଯୋଗ କରିବ । ତେଣୁ ଅଞ୍ଚଳଟି ବ୍ୟସ୍ତବହୁଳ । ଏଠାରେ ଅନବରତ ରେଳ ଚଳାଚଳ କରୁଛି ।

ହେଲେ ୫ ବର୍ଷ ହେଲା ତିନିଘରିଆଠାରେ ରେଳ ଓଭର ବ୍ରିଜ ନିର୍ମାଣ କାମ ଶେଷ ହୋଇ ପାରୁନି । ଫଳରେ ଲକ୍ଷଲକ୍ଷ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାତ୍ର ଗୋଟିଏ 33 କେଭିର ବିଦ୍ୟୁତ୍ ଖୁଣ୍ଟ ଓ ପାଣି ପାଇପ ସ୍ଥାନାନ୍ତରିତ କରାଯାଇପାରୁନଥିବା ଯୋଗୁଁ ଏମିତି ବିଳମ୍ବ ଘଟୁଥିବା ପ୍ରଶାସନ କହିଛି, ଯାହା ହାସ୍ୟାସ୍ପଦ ।

ଏନେଇ ଆଗରୁ ବହୁବାର ଅଭିଯୋଗ କରାଯାଉଥିଲେ ହେଁ ଏପର୍ଯ୍ୟନ୍ତ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉନାହିଁ । ତେଣୁ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ କଟାକ୍ଷ କରିଛି ମଞ୍ଚ । ଯଦି ଶୀଘ୍ର କାର୍ଯ୍ୟ ନସରେ ତେବେ ରେଳ ଚଳାଚଳ ଠପ୍ କରିଦିଆଯିବ ବୋଲି ଚେତାବନୀ ଦେଇଛି କଟକ ଉନ୍ନୟନ ମଞ୍ଚ ।

ଏ ସମ୍ପର୍କରେ କଟକ ଉନ୍ନୟନ ମଞ୍ଚର ଆବାହକ ଦେବାଶିଷ ଦାସ କହିଛନ୍ତି "କଟକ ନୂଆବଜାରସ୍ଥିତ ରେଳ ଓଭରବ୍ରିଜକୁ ଶୀଘ୍ର ନିର୍ମାଣ କରାଯିବ । ୪ବର୍ଷ ଧରି ରେଳ ଓଭରବ୍ରିଜ ନିର୍ମାଣ ବିଳମ୍ବିତ ହୋଇଚାଲିଛି । କେବେ ସରିବ ତାର ଅନୁମାନ କରିପାରୁନାହାଁନ୍ତି ସରକାର । କେବଳ ବାହାନା କରୁଛନ୍ତି ସରକାର । ଓଭର ବ୍ରିଜ ନିର୍ମାଣ ଯାଗାରେ ବିଦ୍ୟୁତ ଖୁଣ୍ଟ ଉଠିନାହିଁ । ତେଣୁ ରେଳଓଭରବ୍ରିଜ ନିର୍ମାଣ ହୋଇପାରୁନି । ଏହି କାମ ଭୁବନେଶ୍ବରର ଏକ କମ୍ପାନୀ ହାତକୁ ନେଇଛି । ଗତ ୨୦୧୮ ମସିହାରୁ ଏହି କାମ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏଁ କାମ ସାରିପାରିନି । ଏହି ରେଳ ଓଭରବ୍ରିଜର ଉଦଘାଟନ ବିଜେଡ଼ି ସାଂସଦ ଭର୍ତ୍ତୃହରି ମହାତାବ କରିଥିଲେ । ଏହି କାମ ୨୦୨୦ ଜୁଲାଇ ସୁଦ୍ଧା ଶେଷ ହେବାକଥା । ହେଲେ ଏଯାଏଁ ଏହାର କାମ ସରିନି ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details