ଓଡିଶା

odisha

ETV Bharat / state

ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ, ଟ୍ରକ ଜାଳିଦେଲେ ଲୋକେ - ବାଲିପାଟଣା ଓ ବଳଙ୍ଗା ଥାନା ସୀମା

ବାଲିପାଟଣା ଓ ବଳଙ୍ଗା ଥାନା ସୀମାରେ ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ହେଲେ ବାଲିପାଟଣା ଥାନା ସୋମଣା ପଞ୍ଚାୟତ ବିଶ୍ବାଳପଡା ଖଇରାତ ଗ୍ରାମର ପ୍ରଦୀପ୍ତ ପ୍ରଧାନ। ଯୁବକଙ୍କ ମୃତ୍ୟୁକୁ ନେଇ ଟ୍ରକରେ ନିଆଁ ଲଗାଇଲେ ଉତ୍ୟକ୍ତ ଲୋକେ । ଅଧିକ ପଢନ୍ତୁ

ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ, ଟ୍ରକ ଜାଳିଦେଲେ ଲୋକେ
ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ, ଟ୍ରକ ଜାଳିଦେଲେ ଲୋକେ

By

Published : Sep 22, 2022, 5:32 PM IST

ନିଆଳି:ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଟ୍ରକରେ ନିଆଁ ଲଗାଇ ଜାଳିଦେଲେ ଉତ୍ୟକ୍ତ ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲିପାଟଣା ଓ ବଳଙ୍ଗା ଥାନା ସୀମାରେ । ମୃତ ଯୁବକ ହେଲେ ବାଲିପାଟଣା ଥାନା ସୋମଣା ପଞ୍ଚାୟତ ବିଶ୍ବାଳପଡା ଖଇରାତ ଗ୍ରାମର ପ୍ରଦୀପ୍ତ ପ୍ରଧାନ । ବଳଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ, ଟ୍ରକ ଜାଳିଦେଲେ ଲୋକେ

ମିଳିଥିବା ସୂଚନା ଅନୁସାରେ, ପ୍ରଦୀପ୍ତ ଏକ ଘରୋଇ ସଂସ୍ଥାରେ ସୁରକ୍ଷା କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ ।‌ ହରିପୁର ଅଭିମୁଖେ ସାଇକେଲରେ ଯାତ୍ରା କରୁଥିବା ସମୟରେ ଚିତଳପୁର ଜୈନାବାଦ ନିକଟରେ ପଛପଟୁ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ପ୍ରଦୀପ୍ତ ଛିଟିକି ପଡିଥିବା ବେଳେ ତାଙ୍କ ମୁଣ୍ତ ପଛ ପଟରେ ଗଭୀର ଆଘାତ ଲାଗିଥିଲା ।‌ ଗୁରୁତର ଅବସ୍ଥାରେ ପ୍ରଦୀପ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପିପିଲି ଓ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।‌ ପରେ ଚିକିତ୍ସାଧିନ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ପ୍ରଦୀପ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ:ଗଞ୍ଜେଇ ଯାଞ୍ଚ ବେଳେ କାରରୁ ମିଳିଲା ଏକ କୁଇଣ୍ଟାଲ ରୂପା ଇଟା

ଖବର ପାଇ ବାଲିପାଟଣା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଥିଲା ମାତ୍ର ସୀମା ବିବାଦ କାରଣରୁ ପୁରୀ ଜିଲ୍ଲା ବଳଙ୍ଗା ଥାନା ସୀମାନ୍ତରେ ଦୁର୍ଘଟଣା ହୋଇଥିବା କାରଣରୁ ବାଲିପାଟଣା ପୋଲିସ୍ ଫେରି ଆସିଥିଲା । ଘଟଣାପରେ ଉତ୍ୟକ୍ତ ଲୋକେ ଟ୍ରକରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି । ଏନେଇ ଅଗ୍ନିଶମ ବିଭାଗ ଖବର ପାଇବା ପରେ ଘଟଣା ସ୍ଥଳକୁ ଯାଇ ନିଆଁ ଲିଭାଇଥିଲା । ସେପଟେ ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ସେପଟେ ଦୁର୍ଘଟଣା ଘଟାଇବା ପରେ ଗାଡ଼ି ଚାଳକ ଘଟଣା ସ୍ଥଳରୁ କେଉଁଆଡ଼େ ଫେରାର ହୋଇ ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:ଜଙ୍ଗଲୀ ବାରାହା ଆକ୍ରମଣରେ ୪ ଗୁରୁତର

ଗତ ଜୁନ 9 ତାରିଖ ଦିନ ନିଆଳିରେ ଏକ ବଡ ଧରଣର ସଡକ ଦୁର୍ଘଟଣା ହୋଇଥିଲା । ବୃଦ୍ଧଙ୍କ ଉପରେ ଏକ କାର ଚଢିଯିବା କାରଣରୁ ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କର ଜୀବନ ଚାଲିଯାଇଥିଲା । କଟକ ଜିଲ୍ଲା ନିଆଳି ଥାନା ନୂଆଗାଁ କଲେଜ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଗାଡି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ରାସ୍ତା କଡରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ନିଆଳି ପୋଲିସ ସିସିଟିଭି ଫୁଟେଜକୁ ତଦନ୍ତ ପରିସରକୁ ଆଣିବା ପାଇଁ ମୃତକଙ୍କ ପରିବାର ପକ୍ଷରୁ ଦାବି କରାଯାଇଥିଲା ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details