ଓଡିଶା

odisha

ETV Bharat / state

୪ ଦଫା ଦାବି ନେଇ ସିଏମସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ - ସିଏମସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

୪ ଦଫା ଦାବି ନେଇ ଆଜି ସିଏମସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ବସ୍ତିବାସିନ୍ଦା ମିଳିତମଞ୍ଚ।

cmc office cuttack
ସିଏମସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

By

Published : Dec 18, 2019, 10:04 PM IST

କଟକ: ସିଏମସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ବସ୍ତିବାସିନ୍ଦା ମିଳିତ ମଞ୍ଚ। ୪ ଦଫା ଦାବି ନେଇ ଆଜି ସିଏମସି କାର୍ଯ୍ୟାଳୟ ଆଗରେ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୨୦୧୭ରେ ବସ୍ତିବାସିନ୍ଦାଙ୍କ ପାଇଁ କରାଯାଇଥିବା ଆଇନକୁ କାର୍ଯ୍ୟକାରୀ କରିବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି।

ସିଏମସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ଏହି ଆଇନ ଅନୁସାରେ, ବସ୍ତିବାସିନ୍ଦାଙ୍କୁ ଚିହ୍ନଟ କରି ଘର ଯୋଗାଇବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି। ସେହିପରି ବସ୍ତି ଉଚ୍ଛେଦ କରିବା ପୂର୍ବରୁ ପ୍ରଥମେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାକୁ ଦାବି ହୋଇଛି। ଏଭଳି ୪ ଦଫା ଦାବି ବିଶିଷ୍ଟ ଦାବିପତ୍ର ସିଏମସି କମିଶନରଙ୍କୁ ପ୍ରଦାନ କରାଯାଇଛି। ଦାବି ପୂରଣ କରାନଗଲେ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details