ଓଡିଶା

odisha

ETV Bharat / state

ମରଣଯନ୍ତା ପାଲଟିଛି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ - ରାସ୍ତା ପାଇଁ ଅସୁବିଧାର ସମ୍ମୁଖୀନ ଗ୍ରାମବାସୀ

Road problem in Balipatana: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ଭାକରସାହି ଠାରୁ ଅଡ଼ଶପୁର ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ମରଣଯନ୍ତା ପାଲଟିଛି । ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

Road problem
Road problem

By ETV Bharat Odisha Team

Published : Dec 21, 2023, 11:07 AM IST

Updated : Dec 21, 2023, 3:25 PM IST

ମରଣଯନ୍ତା ପାଲଟିଛି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା

ନିଆଳି:ମରଣଯନ୍ତା ପାଲଟିଛି ରାସ୍ତା । ରାସ୍ତାରେ ବଡ଼ବଡ଼ ଗର୍ତ୍ତ ହୋଇଥିବାରୁ ଅତି ସତର୍କତାର ସହ ଯାତାୟତ କରୁଛନ୍ତି ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକରେ । ଏଠାରେ ଭାକରସାହି ଠାରୁ ଅଡ଼ଶପୁର ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଗୋଟିଏ ବିଭାଗ ହୋଇଥିଲେ ମଧ୍ୟ ସୀମା ବିବାଦ ଯୋଗୁଁ ନିର୍ମାଣ ହୋଇପାରିନାହିଁ ରାସ୍ତା । ଫଳରେ ହଜାର ହଜାର ଲୋକ ବହୁ ହଇରାଣ ହରକତ ହେଉଥିବା ନେଇ ଅଭିଯୋଗ କରିଛନ୍ତି ।

କଟକ ଓ ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଛି ଭାକରସାହି ଓ ଅଡ଼ଶପୁର ପର୍ଯ୍ୟନ୍ତ ରାସ୍ତା । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ବାଇକ, ଅଟୋ, କାର, ଟ୍ରାକ୍ଟର, ଡମ୍ପର ଭଳି ଗାଡ଼ି ଯିବା ଆସିବା କରିଥାନ୍ତି । ଏଥି ସହ ସକାଳ ହେଲେ 4ଟି ଜିଲ୍ଲାର ଲୋକେ ଏହି ରାସ୍ତା ଦେଇ ଯାତାୟତ କରନ୍ତି । ବିଶେଷ କରି ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲାର ଲୋକେ ବିଭିନ୍ନ ସ୍ଥାନକୁ ଭାକରସାହି ଓ ଅଡ଼ଶପୁର ରାସ୍ତା ଦେଇ ଯାତାୟତ କରୁଛନ୍ତି । ରାସ୍ତାରେ ଖାଲଖମା ଯୋଗୁଁ ବହୁ ସମୟରେ ଦୁର୍ଘଟଣା ଘଟିବା ସହିତ ଧନ ଜୀବନ କ୍ଷତି ହେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ସେହିପରି ସ୍କୁଲ୍‌, କଲେଜ୍‌, ମେଡିକାଲ୍‌ ଏବଂ ବଜାରକୁ ଯିବା ପାଇଁ ଏହି ରାସ୍ତା ମଧ୍ୟ ଲୋକଙ୍କର ଏକ ମାତ୍ର ସୁବିଧା ରାସ୍ତା । ନଚେତ ଅନ୍ଯ ପଟରେ ଗଲେ ବହୁ ବାଟ ଦେଇ ଯିବାକୁ ପଡ଼ିବ । ହେଲେ ଭାରି ଯାନ ତଥା ବାଲିଗାଡି ଯୋଗୁଁ ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

ଏହା ମଧ୍ୟ ପଢନ୍ତୁ- ଦୁର୍ଘଟଣାକୁ ହାତ ଠାରି ଡାକୁଛି ରାସ୍ତା, ଭାକରସାହି- ଅଡଶପୁର ରାସ୍ତା କାମ କେବେ ?

ତେବେ ଏନେଇ ବହୁବାର ଦାବି ସତ୍ତ୍ୱେ ଖୋର୍ଦ୍ଧା କିମ୍ବା କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀମାନେ ଦୃଷ୍ଟି ଦେଉନାହାନ୍ତି । ଯାହା ଫଳରେ ଅଡଶପୁର ଠାରୁ ଭାକରସାହି ପର୍ଯ୍ୟନ୍ତ ପାଖାପାଖି 4 କିଲୋମିଟର ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ପାଲଟିଛି ଗଡିଆ। ସ୍ଥାନୀୟ ଲୋକଙ୍କ କହିବାନୁସାରେ ଅଡଶପୁର ଓ ଭାକରସାହି ରାସ୍ତା କଟକ ଓ ଖୋର୍ଦ୍ଧା ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଛି। ଗୋଟିଏ ବିଭାଗ କିନ୍ତୁ ସୀମା ବିବାଦ ଯୋଗୁଁ ଦୁଇ ବିଭାଗ ରାସ୍ତା ନିର୍ମାଣ କରିବା ପରିବର୍ତ୍ତେ କେବଳ ନିରବ ଦ୍ରଷ୍ଟା ସାଜିଛନ୍ତି । ଫଳରେ ବହୁ ଲୋକ ଯାତୟାତ ସମୟରେ ଦୃର୍ଘଟଣାର ଶିକାର ହେଉଛନ୍ତି। ଏନେଇ କଟକ ଓ ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲା କିନ୍ତୁ ସୀମା କଥା କହି ନିରବ ଦ୍ରଷ୍ଟା ସାଜିଛନ୍ତି। ତେବେ ରାଜ୍ଯ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରାଜଧାନୀ ଉପକଣ୍ଠ ଅଡଶପୁର ଠାରୁ ଭାକରସାହି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାକୁ ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି ସ୍ଥାନୀୟ ଲୋକେ।

ଇଟିଭି ଭାରତ, ନିଆଳି

Last Updated : Dec 21, 2023, 3:25 PM IST

ABOUT THE AUTHOR

...view details