ଓଡିଶା

odisha

ସିଲଭର ସିଟିକୁ ଫେରିଲା ସର୍କସ୍‌; ହସେଇ ହସେଇ ଗଡ଼ାଉଛି ଜୋକର, ମନ କିିଣିଲା ମଣିପୁର ଯୁବତୀଙ୍କ ଦୁଃସାହସିକ ପ୍ରଦର୍ଶନ

By

Published : Aug 4, 2023, 9:35 PM IST

Updated : Aug 4, 2023, 9:56 PM IST

ଦୀର୍ଘ ୫ ବର୍ଷ ପରେ କଟକ ସହରରେ ହେଉଛି ସର୍କସ । ଉପଭୋଗ କରୁଛନ୍ତି ପିଲାଠାରୁ ବୟସ୍କ ସମସ୍ତେ । ସେପଟେ ପଶୁପକ୍ଷୀ ବ୍ୟାନ୍‌ ହୋଇଥିବାରୁ ସର୍କସ୍‌ ଦେଖାଉଛନ୍ତି ଯୁବକ ଯୁବତୀ । ହସାଇ ହସାଇ ବେଦମ କରୁଛି ଜୋକର । ଅଧିକ ପଢ଼ନ୍ତୁ

କଟକ ଫେରିଛି ସର୍କସ୍‌
କଟକ ଫେରିଛି ସର୍କସ୍‌

କଟକ ଫେରିଛି ସର୍କସ୍‌

କଟକ: ଦୀର୍ଘ ୫ ବର୍ଷ ପରେ କଟକ ସହରରେ ଆରମ୍ଭ ହୋଇଛି ସର୍କସ୍‌ । କଟକବାସୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ବାଲିଯାତ୍ରା ଉପର ପଡ଼ିଆରେ ଏକ ମାସରୁ ଊର୍ଦ୍ଧ୍ବ ସମୟ ଧରି ଚାଲିବ ଏହି ସର୍କସ୍‌ । ଏଥରେ ପଶୁପକ୍ଷୀ ନୁହେଁ ବରଂ ଯୁବକ ଓ ଯୁବତୀ ଦେଖାଉଛନ୍ତି ଦୁଃସାହସିକ ଖେଳ । ଛୋଟ ବଡ଼ ସମସ୍ତଙ୍କୁ ହସେଇ ହସେଇ ଗଡ଼ାଉଛନ୍ତି ଜୋକର । ତେବେ ପ୍ରତିଦିନ ୩ଟି ସୋ' ପାଇଁ ମିଳିଛି ଅନୁମତି ।

୫ ବର୍ଷ ପରେ ଫେରିଛି ସର୍କସ୍‌: ୫ ବର୍ଷ ପରେ କଟକ ମାଟିକୁ ଫେରିଲା ସର୍କସ୍‌ । ଗୋଟିଏ କି ଦୁଇ ଦିନ ନୁହେଁ, ୧ ମାସରୁ ଊର୍ଦ୍ଧ୍ବ ସମୟ ପାଇଁ କଟକ ସହରରେ ଚାଲିବ ସର୍କସ୍‌ ଖେଳ । ଛୋଟ ଛୋଟ ପିଲାଙ୍କ ପାଇଁ ଆସିଯାଇଛି ମନୋରଞ୍ଜନର ଖୋରାକ । ବାଲିଯାତ୍ରା ଉପର ପଡ଼ିଆରେ ଜାରି ରହିଛି ରୋଲେକ୍ସ ସର୍କସ । ଏନେଇ ସହରବାସୀଙ୍କ ମନରେ ଦେଖିବା ପାଇଁ ମିଳିଛି ଉତ୍ସାହ । ଖାସ କରି ଛୋଟ ଛୋଟ ପିଲା ବେଶ୍ ଖୁସି । ଜୋକରଙ୍କ କମେଡି ମନୋରଞ୍ଜନ ସହ ମଣିପୁର, କୋରିଆ ଯୁବତୀଙ୍କ ଦୁଃସାହସିକ ପ୍ରଦର୍ଶନ । ଆଧୁନିକ ଯୁଗରେ ମଧ୍ୟ ସର୍କସର ଚାହିଦା ଏବେ ବି ରହିଛି । ପ୍ରଥମ ଥର ପାଇଁ ସର୍କସ ଦେଖିବାକୁ ଆସିଥିବା ଛୋଟ ଛୋଟ ପିଲାଙ୍କୁ ଏହା ବହୁତ୍ ଖୁସି ଦେଇଛି । ଜୋକରଙ୍କ କମେଡି, ଯୁବତୀଙ୍କ ଦୁଃସାହସିକ ପ୍ରଦର୍ଶନ, ଡାନ୍ସ, ସାଇକ୍ଲିଙ୍ଗର ଚମତ୍କାର ପ୍ରଦର୍ଶନ ଏହି ସର୍କସରେ ଦେଖିବାକୁ ମିଳୁଛି । ଯାହାକୁ ଦେଖି ଖୁସିବ୍ୟକ୍ତ କରିଛନ୍ତି ବିଭିନ୍ନ ଜିଲ୍ଲାରୁ ଆସିଥିବା ଦର୍ଶକ ।

ଦିନକୁ ହେଉଛି ୩ଟି ସୋ': ପୂର୍ବ ସର୍କସ୍‌ ଅପେକ୍ଷା ଚଳିତ ଥର ସର୍କସରେ ବହୁତ୍ କିଛି ପରିବର୍ତ୍ତନ ହୋଇଛି । ପୂର୍ବରୁ ସର୍କସରେ ବାଘ, ଭାଲୁ, ହାତୀ, ଶୁଆ ଭଳି ତାଲିମପ୍ରାପ୍ତ ପଶୁପକ୍ଷୀଙ୍କ ପ୍ରଦର୍ଶନ କରାଯାଉଥିଲା । ସେମାନେ ମନୋରଞ୍ଜନ ମଧ୍ୟ କରୁଥିଲେ । ହେଲେ ଚଳିତ ଥର ପଶୁପକ୍ଷୀଙ୍କ ପ୍ରଦର୍ଶନ ଉପରେ ବ୍ୟାନ ଲାଗିଛି । ହେଲେ ସର୍କସର ସମୟ ପ୍ରତିଦିନ ଗୋଟାଏ, ୪ଟା ଓ ୭ଟା ପର୍ଯ୍ୟନ୍ତ ତିନୋଟି ସୋ' ରଖାଯାଇଛି । ଟିକେଟ ଦର ୧୦୦ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି । ତେବେ ଏହି ସର୍କସରେ ୩୦ ପ୍ରକାରର ଖେଳ ଆୟୋଜନ କରାଯାଇଛି । ତେବେ କଟକରେ ୫ ବର୍ଷ ପରେ ଆରମ୍ଭ ହୋଇଥିବା ରୋଲେକ୍ସ ସର୍କସର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବେଶ ଖୁସି ପ୍ରକାଶ କରିଛନ୍ତି ସର୍କସ କର୍ମକର୍ତ୍ତା ।

ଏହା ମଧ୍ୟ ପଢ଼ନ୍ତୁ...ରାଜଧାନୀରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଅଜନ୍ତା ସର୍କସ, ନିରାଶ ହୋଇ ଫେରିଲେ ଦର୍ଶକ

କଟକରେ ବଢ଼ୁଛି ସର୍କସ୍‌ର କ୍ରେଜ୍‌: ଏନେଇ ରୋଲେକ୍ସ ସର୍କସ୍‌ର ମ୍ୟାନେଜର ମହମ୍ମଦ ସାଦିକ ରହମାନ କହିଛନ୍ତି, "ସର୍କସ୍‌ରେ ପଶୁପକ୍ଷୀଙ୍କୁ ବ୍ୟାନ ଲାଗିବା ପରଠାରୁ ସର୍କସ ଜଗତ ଏକପ୍ରକାର ଦୋବାଳିଆ ଅବସ୍ଥାକୁ ଚାଲି ଆସିଛି । ହେଲେ କଟକରେ ଏତେ ମାତ୍ରାରେ ଦର୍ଶକ ଆସୁଥିବାରୁ ବେଶ ଖୁସି ଲାଗୁଛି ।" ଏପରିକି ଅନେକ ଦର୍ଶକ ଟିକେଟ ନପାଇ ଫେରିଯାଉଥିବା ସେ କହିଛନ୍ତି । ତେଣୁ ଟିକେଟ ନପାଇ ଫେରିଯାଉଥିବା ଦର୍ଶକଙ୍କୁ ସେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ତେବେ ବାଲିଯାତ୍ରା ଭଳି କଟକରେ ସର୍କସ୍‌ର କ୍ରେଜ ମଧ୍ୟ ବେଶ ବୃଦ୍ଧି ପାଇବାରେ ଲାଗିଛି । ମେଳା ମହୋତ୍ସବର ମାଟି କଟକରେ ଆରମ୍ଭ ହୋଇଥିବା ଏହି ସର୍କସ୍‌ ୧ ମାସ ଧରି ଦର୍ଶକଙ୍କୁ ବେଶ ମନୋରଞ୍ଜନ କରିବ ବୋଲି ସମସ୍ତେ ଆଶା କରିଛନ୍ତି ।

ଇଟିଭି ଭାରତ, କଟକ

Last Updated : Aug 4, 2023, 9:56 PM IST

ABOUT THE AUTHOR

...view details