ନିଆଳି:ଶୁକ୍ରବାରଠାରୁ ଆରମ୍ଭ ହୋଇଛି ନିଆଳି ମହୋତ୍ସବ । ସନ୍ଧ୍ୟା ହେଲେ ଜମୁଛି ଲୋକଙ୍କ ଭିଡ । ରବିବାର ତୃତୀୟ ସନ୍ଧ୍ୟାରେ ନିଆଳି ମାଘ ସପ୍ତମୀ ପଡ଼ିଆରେ ଖୋର୍ଦ୍ଧାର କଳିଙ୍ଗ ପାଇକ ଆଖଡ଼ା ଓ ସମ୍ବଲପୁରୀ ନୃତ୍ୟ ଦର୍ଶକ ବିମୋହିତ ହୋଇଥିଲେ । ବିଶିଷ୍ଟ କଣ୍ଠଶିଳ୍ପୀମାନଙ୍କ ସୁମଧୁର ସଙ୍ଗୀତ ସାଙ୍ଗକୁ କମେଡି କିଙ୍ଗ୍ ପପୁ ପମ୍ପମ୍ଙ୍କ ଜବରଦସ୍ତ କମେଡିରେ ମଗ୍ନ ହୋଇଥିଲେ ଲୋକେ ।
ନିଆଳି ମହୋତ୍ସବ ତୃତୀୟ ସନ୍ଧ୍ୟାରେ କଟକ ଜିଲ୍ଲା ଜିଲ୍ଲାପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତୃତୀୟ ସନ୍ଧ୍ୟାକୁ ଉଦଘାଟନ କରିବା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତୃତୀୟ ସନ୍ଧ୍ୟାରେ ନିଆଳି ବିଧାୟକ ତଥା ନିଆଳି ମହୋତ୍ସବର ସଭାପତି ପ୍ରମୋଦ କୁମାର ମଲ୍ଲିକଙ୍କ ସମେତ ଦୁଇ ଜିଲ୍ଲାପରିଷଦ ସଭ୍ଯ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନିଆଳି ମହୋତ୍ସବ ଗୁଣଗାନ କରିଥିଲେ । ପ୍ରାଚୀ ତଟରେ ମାଘ ସପ୍ତମୀ ପଡ଼ିଆରେ ଏହି ନିଆଳି ମହୋତ୍ସବ ମଞ୍ଚରେ ଗାଁ, ଗହଳିରେ ଲୁକାୟତ ବିଭିନ୍ନ କଳା ପ୍ରଦର୍ଶିତ ଯୋଗୁଁ ପୂର୍ବ ଇତିହାସ ପୁନଃ ଜନ୍ମ ଲାଭ କରିବା ସହ ହଜାର ହଜାର ଲୋକ ଏକାଠି ହୋଇ ମଜା ନେବା ସହ ଏକ ଭାଇଚାରା ସୃଷ୍ଟି ହେଉଛି ବୋଲି କହିଥିଲେ ଉପସ୍ଥିତ ଅତିଥିମାନେ।
ଏହା ମଧ୍ୟ ପଢନ୍ତୁ: ନବ ଦାସଙ୍କ ନିଧନ, ବାସଭବନରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ