ନିଆଳି: କଟକ ଜିଲ୍ଲା ନିଆଳି ବିଧାୟକ ଜଗନ୍ନାଥଙ୍କ ସମ୍ମୁଖରେ ବସି ଖାଇବା ଘଟଣାକୁ ନେଇ ବଢୁଛି ଅସନ୍ତୋଷ । ବିଧାୟକ ପ୍ରମୋଦ ମଲ୍ଲିକଙ୍କ କୁଶପୁତ୍ତଳିକା ଦାହ କଲେ ଲୋକେ । ଗତ କିଛିଦିନ ତଳେ ବିଧାୟକ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ଚୌକି ଉପରେ ବସି ଖାଇବା ଭିଡ଼ିଓ ଭାଇରାଲ ହୋଇଥିଲା । ଏନେଇ ନୂଆଗାଁ ପଞ୍ଚାୟତବାସୀଙ୍କ ପକ୍ଷରୁ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ କ୍ଷମା ପ୍ରାର୍ଥନା ଦାବି କରାଯାଇଛି ।
ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ପିଛା ଛାଡୁନାହିଁ ବିବାଦ । ଗତ କିଛି ଦିନ ତଳେ ନିଆଳି ବିଧାୟକ ନିଆଳି ସ୍ଥିତ ବଙ୍ଗାଳିସାହି ନିକଟରେ ଶୋଭନେଶ୍ବର ମନ୍ଦିର ପଛପଟରେ ଥିବା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ଚୌକିରେ ବସି ଖାଇବା ଘଟଣାର ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ନିଆଳିରେ ବାରମ୍ବାର ପ୍ରତିବାଦ ହେଉଛି । ଏହି ଘଟଣାକୁ ବିଜେପି ବିରୋଧ କରିବା ସହ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲା । ଏହା ସହିତ ବିଧାୟକ ବିଭିନ୍ନ ସାମାଜିକ ଗଣମାଧ୍ୟମରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଜଗନ୍ନାଥ ପ୍ରେମୀଙ୍କ ପକ୍ଷରୁ ଦାବି ହୋଇଥିଲା ।