କଟକ:୩୯ ନମ୍ବର ୱାର୍ଡ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ସ୍ବାଧୀନ ପ୍ରାର୍ଥୀ ଲୋକନାଥ ଲେଙ୍କାଙ୍କୁ ନେଇ ସୃଷ୍ଟି ହୋଇଛି ବିବାଦ। ଲୋକନାଥ ୨ଟି ସେଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ବିଜେଡି ଲୋକନାଥକୁ ଦେଇଥିବା ଟିକେଟ ପ୍ରତ୍ୟାହାର କରିଦେବା ପରେ ସ୍ବାଧୀନ ଭାବେ ସେ ଦାଖଲ କରିଥିବା ପ୍ରାର୍ଥୀପତ୍ରକୁ ମଧ୍ୟ ପ୍ରତ୍ୟାହାର ପାଇଁ ଆବେଦନ କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି । ଏହା ବିରୋଧରେ ତାଙ୍କ ପରିବାର ଲୋକ ଅଭିଯୋଗ କରି ସିଏମସି ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ କରିଛନ୍ତି।
ବିଜେଡ଼ି ଟିକେଟରୁ ଗୋଟିଏ ଆଉ ସ୍ବାଧୀନରୁ ଆଉ ଗୋଟିଏ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଲୋକନାଥ । ବିଜେଡି ଲୋକନାଥକୁ ଦେଇଥିବା ଟିକେଟ ପ୍ରତ୍ୟାହାର କରିଦେବା ପରେ ସ୍ବାଧୀନ ଭାବେ ସେ ଦାଖଲ କରିଥିବା ପ୍ରାର୍ଥୀପତ୍ରକୁ ମଧ୍ୟ ପ୍ରତ୍ୟାହାର ପାଇଁ ଆବେଦନ କରାଯାଇଛି। ସେପଟେ ଲୋକନାଥ ପ୍ରାର୍ଥୀପତ୍ର ଦାଖଲ କରିଥିବା ଦିନଠାରୁ କେଉଁଆଡକୁ ଚାଲିଯାଇଥିବା ବେଳେ ଜାଣିଶୁଣି ଷଡ଼ଯନ୍ତ୍ର କରି ତାଙ୍କ ପ୍ରାର୍ଥୀପତ୍ରକୁ ପ୍ରତ୍ୟାହାର ପାଇଁ ଆବେଦନ ହୋଇଥିବା ନେଇ ତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।